ରାଜ୍ୟ
ଦୁର୍ଘଟଣାଗ୍ରସ୍ତ ହୋଇ ସଂପୂର୍ଣ୍ଣ ଜଳିଗଲା ଟିଭିଏସ୍ ମୋପେଡ୍ – Ibnodisha

[ad_1]

ହିଞ୍ଜିଳିକାଟୁ: ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ନୂଆ ମେଡିକାଲ୍ ଛକ ରାସ୍ତା ଉପରେ ଆଜି ଏକ ଟିଭିଏସ୍ ମୋପେଡ୍ ଦୁର୍ଘଟଣାଗ୍ରସ୍ତ ହୋଇ ସଂପୂର୍ଣ୍ଣ ଭାବେ ଜଳିଯାଇଛି। ଶିକିରି ଗ୍ରାମର ଗୌରାଙ୍ଗ ବରାଡ଼ ତାଙ୍କ ମୋପେଡରେ ପେଟ୍ରୋଲ୍ ପକାଇବାକୁ ପେଟ୍ରୋଲ୍ ପମ୍ପ୍କୁ ଯିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଗୌରାଙ୍ଗ ଭାରସାମ୍ୟ ହରାଇ ପଡ଼ିଯିବା ପରେ ମୋପେଡ୍ଟି ହଠାତ ଜଳିଉଠିଥିଲା। ଟାଙ୍କି ଓଭରଫ୍ଲୋ ହେବାରୁ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ମୋପେଡ୍ଟି ସଂପୂର୍ଣ୍ଣ ଭାବେ ଜଳିଯାଇଥିଲା।
[ad_2]