ହିମାଚଳରେ ନଦୀକୁ ଖସିଲା ଏସ୍ୟୁଭି: ୬ ପୁଲିସ କର୍ମୀଙ୍କ ସମେତ ୭ ମୃତ – Ibnodisha
[ad_1]
ଶିମ୍ଲା: ହିମାଚଳପ୍ରଦେଶର ଚାମ୍ବା ଜିଲ୍ଲାରେ ଆଜି ଏକ ଦୁର୍ଘଟଣାରେ ୬ ପୁଲିସ କର୍ମୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଚାମ୍ବା ଜିଲ୍ଲାର ତିସା-ବୈରାଗଡ଼ ରୋଡ୍ରେ ଆଜି ଏକ ଏସ୍ୟୁଭି ନଦୀ ଗର୍ଭକୁ ଖସି ପଡ଼ିବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣାରେ ୪ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ସମସ୍ତ ମୃତ ଏବଂ ଆହତ ପୁଲିସମାନେ ହେଉଛନ୍ତି ଦ୍ବିତୀୟ ଇଣ୍ଡିଆନ ରିଜର୍ଭ ବାଟାଲିଅନ୍ର। ସେମାନେ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ ଦାୟିତ୍ବରେ ଥିଲେ। ଜମ୍ମୁ କାଶ୍ମୀର ସୀମା ନିକଟରେ ଏହି ଦୁର୍ଘଟଣା ହୋଇଛି। ମୃତକମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଏସ୍ଆଇ ରାକେଶ ଗୋରା, ହେଡ୍ କନେଷ୍ଟବଳ ପ୍ରବୀଣ, କନେଷ୍ଟବଳ କମଳଜିତ, କନେଷ୍ଟବଳ ସଚିନ, ଅଭିଷେକ ଏବଂ ଲକ୍ଷ୍ୟ। ଏସ୍ୟୁଭି ଡ୍ରାଇଭର ଚନ୍ଦୁରାମଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଜଣେ ସ୍ଥାନୀୟ ବାସିନ୍ଦା ପଙ୍କଜ କୁମାର ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଦେବାରୁ ଏହି ଦୁର୍ଘଟଣା ହୋଇଛି। ଆଜି ପୂର୍ବାହ୍ଣ ୯.୩୦ ସମୟରେ ତରୱାଇ ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସମୟରେ ୯ ପୁଲିସଙ୍କ ସମେତ ଏସ୍ୟୁଭିରେ ୧୧ ଜଣ ଥିଲେ। ଆହତମାନଙ୍କୁ ତିସାରେ ନିକଟସ୍ଥ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏଠାରୁ ସେମାନଙ୍କୁ ଚମ୍ବା ଜିଲ୍ଲାର ଜୋନାଲ ହସ୍ପିଟାଲ୍ ପଠାଇ ଦିଆଯାଇଛି।
ଇତିମଧ୍ୟରେ ଚୌରା ବିଧାୟକ ହଂସ ରାଜ ଆଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଉକ୍ତ ଦୁର୍ଘଟଣା ପାଇଁ ପୂର୍ତ୍ତ ବିଭାଗକୁ ଦାୟୀ କରିଛି। ଭୂସ୍ଖଳନ ଯୋଗୁଁ ଦୁର୍ଘଟଣା ହୋଇଛି ବୋଲି ସେ କହିଛନ୍ତି। ବିଧାୟକ କହିଛନ୍ତି, ଉକ୍ତ ଅଞ୍ଚଳରେ ଲଗାତାର ଭାବେ ଭୂସ୍ଖଳନ ହେଉଛି କିନ୍ତୁ ବାରମ୍ବାର ଦାବି ସତ୍ତ୍ବେ ପୂର୍ତ୍ତ ବିଭାଗ କିଛି କାର୍ଯ୍ୟପନ୍ଥା ଗ୍ରହଣ କରୁନି। ବିଧାୟକ କହିଛନ୍ତି, ପୂର୍ତ୍ତ ବିଭାଗ କିଛି କାମ ନକରି ବେପରୁଆ ଭାବେ ରାସ୍ତା ଖୋଲିଦେଇଥିଲା।
[ad_2]