ମନୋରଞ୍ଜନ

ପରିବାର ସହିତ ଘର ଛାତ ଉପରେ ପତାକା ଉତ୍ତୋଳନ କଲେ ଶାହରୁଖ – Ibnodisha

[ad_1]

ମୁମ୍ବାଇ: ସାଧାରଣ ଲୋକଙ୍କ ସହ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ୭୭ତମ ସ୍ୱାଧୀନତା ଦିବସକୁ ପାଳନ କରିଛନ୍ତି। ଅନେକ କଳାକାର ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେବା ସହ ପତାକା ଉତ୍ତୋଳନ କରିଥିବା ଦେଖାଯାଇଛି। ବଲିଉଡର ପଠାନ ଶାହାରୁଖ ଖାନ ମଧ୍ୟ ପ୍ରଶଂସକମାନଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ପରିବାର ସହିତ ନିଜ ଘରର ଛାତ ଉପରେ ପତାକା ଉତ୍ତୋଳନ କରିଥିବା ଦେଖାଯାଇଛି।

ଶାହାରୁଖ ଖାନ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପତ୍ନୀ ଗୌରୀ ଖାନ, ପୁଅ ଆରୟନ ଏବଂ ସାନ ପୁଅ ଇବ୍ରାହିମ ଅଲି ଖାନଙ୍କ ସହ ନଜର ଆସୁଛନ୍ତି। ଏହି ଫଟୋ ସେୟାର କରିବା ସହ ଶାହରୁଖ ଖାନ ଲେଖିଛନ୍ତି – ‘ବର୍ତ୍ତମାନ ମୋ ସାନ ପୁଅ ଏହାକୁ ଏକ ପରମ୍ପରାରେ ପରିଣତ କରିଛି। ପ୍ରିୟ ତ୍ରିରଙ୍ଗା ଉଡାଇବା ଏବଂ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେବାକୁ ସେ ଏକ ପରମ୍ପରାରେ ପରିଣତ କରିଛି। ସମସ୍ତଙ୍କୁ ଭଲପାଇବା ଏବଂ ଆମ ଦେଶ ଭାରତ ସମୃଦ୍ଧ ହେଉ।

ତେବେ କେବଳ ଶାହରୁଖ ନୁହନ୍ତି, ବିକି କୌଶଲ-କଟ୍ରିନା କୈଫ୍, କାର୍ତ୍ତିକ ଆରୟନ, ସାରା ଅଲି ଖାନ୍ ମଧ୍ୟ ପତାକା ଉତ୍ତୋଳନ କରି ଫଟୋ ପୋଷ୍ଟ କରିଥିବା ଦେଖାଯାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button