ଦେଶ

୯ ବର୍ଷ ପରେ ଫେରିଲା ମହାମାରୀ ! ଆଲାସ୍କା ପକ୍ସରେ ଜଣଙ୍କର ମୃତ୍ୟୁ – Ibnodisha

[ad_1]

ୱାଶିଂଟନ: ୯ ବର୍ଷ ପୂର୍ବେ ମୂଷା ଦ୍ୱାରା ମହାମାରୀ ବ୍ୟାପିଥିଲା । ଏହା ଯୋଗୁ ସଙ୍କଟ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଏହା ୨୦୨୪ରେ ପୁଣିଥରେ ଦେଖାଦେଇଛି ଏବଂ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ଘଟିଛି । ଏହାକୁ ନେଇ ଚିକିତ୍ସା ଜଗତରେ ଡାକ୍ତରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ସମ୍ପ୍ରତି, ଆମେରିକାର ଆଲାସ୍କାର କେନାଇରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଆଲାସ୍କା ପକ୍ସ ନାମକ ଏକ ଅଜ୍ଞାତ ଭୂତାଣୁ ରେ ଘଟିଛି । ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହାର ଆବିଷ୍କାର ହେଉଛି ୨୦୧୫ରେ ହୋଇଥିଲା । ତେବେ ଏବେ ଏହା ଯୋଗୁ ପ୍ରଥମ ମୃତ୍ୟୁ ଘଟିଥିବା କୁହାଯାଉଛି । ଆଲାସ୍କା ପକ୍ସ ଅର୍ଥୋପକ୍ସଭାଇରସ ଦ୍ୱାରା ସୃଷ୍ଟି ହୋଇଥାଏ ।ଇଟା ଆକାରର ଭୂତାଣୁ ଯାହା ଉଭୟ ପ୍ରାଣୀ ଏବଂ ମଣିଷକୁ ସଂକ୍ରମିତ କରିପାରେ, ଚର୍ମର କ୍ଷତ କିମ୍ବା ଛୋଟଫୋଟକା ସୃଷ୍ଟି କରିଥାଏ । ଏହି ଭୂତାଣୁ ପ୍ରଥମେ ଆଲାସ୍କାର ଫେୟାରବ୍ୟାଙ୍କ ନିକଟରେ ରହୁଥିବା ଜଣେ ମହିଳାଙ୍କଠାରେ ଚିହ୍ନଟ ହୋଇଥିଲା ଏବଂ ଏହା ପରେ ମୁଖ୍ୟତଃ ଚୁଚୁନ୍ଦ୍ରା ପରି କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀମାନଙ୍କଠାରେ ଦେଖିବାକୁ ମିଳିଥିଲା । ତଥାପି, କୁକୁର ଏବଂ ବିଲେଇ ପରି ଗୃହପାଳିତ ପ୍ରାଣୀମାନେ ମଧ୍ୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି ।

ଆଲାସ୍କା ପକ୍ସର ଲକ୍ଷଣଗୁଡ଼ିକ ମଧ୍ୟରେ ଚର୍ମରେ ଏକ ବା ଏକାଧିକ ଫୋଟକା ସହିତ ଗଣ୍ଠି କିମ୍ବା ମାଂସପେଶୀ ଯନ୍ତ୍ରଣା ଏବଂ ଲିମ୍ଫ ନୋଡ ଫୁଲିଯାଇଥାଏ । ଗତ ନଅ ବର୍ଷ ମଧ୍ୟରେ ଆଲାସ୍କାରେ ହୋଇଥିବା ସାତୋଟି ମାମଲା ମଧ୍ୟରୁ ଅଧିକାଂଶ ସାମାନ୍ୟ ଥିଲା ଯାହା ଚିକିତ୍ସା ବିନା ଭଲ ହୋଇଥିଲା । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କ ପାଇଁ ଏହି ଭୂତାଣୁ ଅଧିକ ବିପଦ ସୃଷ୍ଟି କରିଥାଏ । ସଂକ୍ରମିତ ପ୍ରାଣୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ଆଲାସ୍କା ପକ୍ସର ସଂକ୍ରମଣ ହୁଏ ବୋଲି ଅନୁମାନ କରାଯାଏ । ଯଦିଓ ଆଲାସ୍କା ପକ୍ସ କିପରି ବିସ୍ତାର ହୁଏ ତାହା ସ୍ପଷ୍ଟ ନୁହେଁ, ଅନୁସନ୍ଧାନକାରୀମାନେ ଏହା ଜୁନୋଟିକ ହୋଇଥାଇ ପାରେ ବୋଲି ଅନୁମାନ କରୁଛନ୍ତି । ଅର୍ଥତ୍‌ାତ ଏହା ପ୍ରାଣୀମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ । ତେଣୁ ଆଲାସ୍କା ପକ୍ସ କ୍ଷତ ଥିବା ବ୍ୟକ୍ତି ଏହାକୁ ସଂକ୍ରମଣର ବିପଦକୁ ହ୍ରାସ କରିବା ପାଇଁ ଏହାକୁ ଏକ ବ୍ୟାଣ୍ଡେଜରେ ଘୋଡାଇବା ଉଚିତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button