କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କ ସଂପତ୍ତି ବଢ଼ିନାହିଁ କି କମିନାହିଁ – Ibnodisha
[ad_1]
ନୂଆଦିଲ୍ଲୀ: କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କ ଦ୍ବାରା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରାଯାଇଥିବା ତାଙ୍କର ବାର୍ଷକ ସଂପତ୍ତି ବିବରଣୀ( ୨୦୨୨-୨୦୨୩)କୁ ସାର୍ବଜନୀନ କରାଯାଇଛି। ମାର୍ଚ୍ଚ ୩୧,୨୦୨୩ ସୁଦ୍ଧା ଶ୍ରୀ ଟୁଡ଼ୁଙ୍କ ନିକଟରେ ସ୍ଥାବର ସଂପତ୍ତି ଭାବେ ଗୋଟିଏ ହିରୋ ଏଚ୍ଏଫ୍ ଡିଲକ୍ସ, ସ୍କର୍ପିଓ ଓ ଏଣ୍ଡିଭର ଗାଡ଼ି ସହ ୨୦ ଗ୍ରାମର ସୁନା ରହିଛି। ସ୍କର୍ପିଓ ଗାଡ଼ି କିଣିବା ପାଇଁ ସେ ମାଲକାନଗିରିର କୁରମୁଲଗୁମା ଏଚ୍ଡିଏଫ୍ସି ବ୍ୟାଙ୍କରୁ ୧ ଲକ୍ଷ ଟଙ୍କାର ଋଣ ନେଇଥିବା ସଂପତ୍ତି ବିବରଣୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ସେ ଉପରୋକ୍ତ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କାର ପର୍ସନାଲ ଋଣ ନେଇଥିବା ଦର୍ଶାଇଛନ୍ତି। ସ୍ଥାବର ସଂପତ୍ତି ଭାବେ ତାଙ୍କ ଘର ଓ କୋଠାର ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବାବେଳେ ମୌଜା କୁଣ୍ଟାପାଲରେ ୫ ଲକ୍ଷ ଟଙ୍କାର ଆଉ ଏକ ଜମି ରହିଥିବା ଉଲ୍ଲେଖ ରହିଛି।
ଶ୍ରୀ ଟୁଡ଼ୁଙ୍କ ଦ୍ବାରା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗତବର୍ଷ ମାର୍ଚ୍ଚ ୩୧ରେ ଦାଖଲ କରାଯାଇଥିବା ସଂପତ୍ତି ବିବରଣୀ ଏବଂ ଚଳିତବର୍ଷ ମାର୍ଚ୍ଚ ୩୧ରେ ଦାଖଲ କରାଯାଇଥିବା ସଂପତ୍ତି ବିବରଣୀ ସହ ସମାନ ରହିଛି। ଗତ ଏକ ବର୍ଷ ମଧ୍ୟରେ ତାଙ୍କର ସଂପତ୍ତି ବଢ଼ି ନାହିଁ କି କମି ନାହିଁ। ଶ୍ରୀ ଟୁଡ଼ୁଙ୍କ ଦ୍ବାରା ଦାଖଲ କରାଯାଇଥିବା ସଂପତ୍ତି ବିବରଣୀରେ ତାଙ୍କ ପତ୍ନୀ ସୁମିତ୍ରା ଟୁଡ଼ୁଙ୍କ ପାଖରେ ଶହେ ଗ୍ରାମ ସୁନା ଓ ୩୦୦ ଗ୍ରାମ ରୁପା ରହିଛି। ଏହାବାଦ ତାଙ୍କ ପତ୍ନୀଙ୍କର ମୌଜା ତୁଳସୀଚଉରାରେ ୩୦ ଲକ୍ଷ ଟଙ୍କାର ଏକ ଜମି ଥିବା ଶ୍ରୀ ଟୁଡ଼ୁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ୬୬ ଜଣ କେନ୍ଦ୍ରମନ୍ତ୍ରୀଙ୍କର ୨୦୨୨-୨୩ର ସଂପତ୍ତି ବିବରଣୀ ସାର୍ବଜନୀନ କରାଯାଇଛି ଯେଉଁଥିରେ ଓଡ଼ିଶାର ଅନ୍ୟ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କ ସଂପତ୍ତି ବିବରଣୀ ମଧ୍ୟ ସାମିଲ ଅଛି। ୨୦୨୨-୨୩ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସଂପତ୍ତି ୧୧୮ କୋଟି ଟଙ୍କା ଏବଂ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୨ କୋଟି ୨୪ ଲକ୍ଷ ୩୮ ହଜାର ୬୬୭ ଟଙ୍କା ରହିଛି।
[ad_2]