ରାଜ୍ୟ

ଶ୍ରୀବିଗ୍ରହଙ୍କ ରାହୁରେଖା ଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ – Ibnodisha

[ad_1]

ପୁରୀ: ଆଜି ଭାଦ୍ରବ କୃଷ୍ଣ ରେଖା ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ରାହୁରେଖା ଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ଆଜି ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ଣ ପ୍ରାୟ ୩ଟାରେ ସର୍ବସାଧାରଣ ଦର୍ଶନ ବନ୍ଦ ପରେ ଅପରାହ୍ଣ ୩ଟା ୧୫ରେ ମା’ ଲକ୍ଷ୍ମୀ ଓ ମା’ ସରସ୍ବତୀ ଖଟଶେଜକୁ ବିଜେ କରିଥିଲେ। ଅପରାହ୍ଣ ୩ଟା ୨୦ରେ ଜୟ-ବିଜୟ ଦ୍ବାର ବନ୍ଦ କରାଯାଇଥିଲା। ଅପରାହ୍ଣ ୩ଟା ୫୦ରେ ଦଇତାପତି ସେବକମାନେ ରାହୁରେଖା ଲାଗି ନୀତି ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଶ୍ରୀଜିଉଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି ହୋଇଥିଲା। ରାତି ପ୍ରାୟ ସାଢ଼େ ୭ଟାରେ ରାହୁରେଖା ଲାଗି ନୀତି ସାରି ଦଇତାପତି ସେବକମାନେ ବାହାରିବା ପରେ ସିଂହାସନ ମାର୍ଜନା ଓ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ମା’ ଲକ୍ଷ୍ମୀ ଓ ମା’ ସରସ୍ବତୀ ଭିତରକୁ ବିଜେ କରିଥିଲେ। ମହାସ୍ନାନ ନୀତି ପରେ ଦର୍ଶନ ସ୍ବାଭାବିକ ହୋଇଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button