ଲିଭ୍ ଇନ୍ ରିଲେସନ୍ସିପ୍ର କରୁଣ ପରିଣତି; ସେକ୍ସ ପାଇଁ ମନା କରିବାରୁ ହତ୍ୟା – Ibnodisha

[ad_1]
ଇନ୍ଦୋର (ଏଜେନ୍ସି): ଲିଭ୍-ଇନ୍ ରିଲେସନ୍ସିପ୍ କ୍ଷେତ୍ରରେ ପୁଣି ଏକ ନାରକୀୟ ଘଟଣା ସାମ୍ନାକୁ ଆସିଛି । ଇନ୍ଦୋରର ଜଣେ ଯୁବକ, ଜଣେ ୨ଠ ବର୍ଷୀୟା ଯୁବତୀଙ୍କ ସହ କିଛି ଦିନ ଧରି ଲିଭ୍-ଇନ୍ ରିଲେସନ୍ସିପ୍ରେ ରହିବା ପରେ ହଠାତ୍ ତାଙ୍କୁ ହତ୍ୟା କରିଛି ।
ପୁଲିସ ଅନୁସାରେ ହତ୍ୟାର କାରଣ ଅତ୍ୟନ୍ତ ପାଶବିକ । ଯୁବତୀଜଣକ ଯୌନକ୍ରିୟା ପାଇଁ ଅମଙ୍ଗ ହେବାରୁ ଅଭିଯୁକ୍ତ ଯୁବକଜଣକ ତାଙ୍କୁ ନିର୍ମର୍ମ ଭାବେ ହତ୍ୟା କରିବା ଏବଂ ପରେ ମୃତଦେହକୁ ରୁମ୍ରେ ତାଲା ପକାଇ ରଖିଥିଲା । ଅଭିଯୁକ୍ତ ପୁଲିସ୍କୁ ଦେଇଥିବା ବୟାନ୍ ଅନୁସାରେ ଯୁବତୀଙ୍କ ସହ ତା’ର ପରିଚୟ ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମ୍ରେ ହିଁ ହୋଇଥିଲା । ଉଭୟ ଭଲ ବନ୍ଧୁ ଭାବେ ନିକଟତର ହୋଇଥିଲେ । ପରେ ସେମାନେ ରାଓଜି ବଜାର ଅଞ୍ଚଳରେ ଏକ ଭଡା ଘରେ ଏକତ୍ର ରହିବାକୁ ନିଷ୍ପତ୍ତି ନେଇଥିଲେ ।
ତେବେ ଏହି ସମୟରେ ଅଭିଯୁକ୍ତ ବାରମ୍ବାର ଯୁବତୀଙ୍କୁ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ସ୍ଥାପନ ପାଇଁ କହୁଥିଲେ ମଧ୍ୟ ଯୁବତୀ ରାଜି ହେଉନଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଅଭିଯୁକ୍ତଜଣକ ଯୁବତୀଙ୍କ ଗଳାକୁ ବାରମ୍ବାର କଇଁଚି ସାହାଯ୍ୟରେ ଆଘାତ ଦେଇଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଯୁବତୀ ସେହିଠାରେ ହିଁ ଟଳି ପଡିଥିଲେ । ପରେ ଅଭିଯୁକ୍ତ ଭୟଭୀତ ହୋଇ ବାହାରୁ ରୁମ୍ ତାଲା ପକାଇ ଫେରାର ହୋଇଯାଇଥିଲା । ଅଭିଯୁକ୍ତର ନାମ ପ୍ରବୀଣ ସିଂହ ଧାକ୍କଡ (୨୪) ଏବଂ ସେ ଗୁନା ଜିଲ୍ଲାର ସ୍ଥାୟୀ ବାସିନ୍ଦା ।
[ad_2]