ମନୋରଞ୍ଜନ

ଘରୁ ମୃତାବସ୍ଥାରେ ଉଦ୍ଧାର ହେଲେ ସିନେମା ଓ ଟେଲିଭିଜନ୍‌ ଅଭିନେତ୍ରୀ; ତଦନ୍ତ ଆରମ୍ଭ କଲା ପୁଲିସ – Ibnodisha

[ad_1]

ତିରୁଅନନ୍ତପୁରମ୍‌ : ମଲୟାଲମ୍‌ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ଧାରାବାହିକୀ (ସିରିଏଲ୍‌) ଅଭିନେତ୍ରୀ ଅପର୍ଣ୍ଣା ପି. ନାୟର୍‌ଙ୍କୁ ଫାଶୀ ଲଗାଇ ମରିଥିବା ଅବସ୍ଥାରେ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା କଥା ଆଜି ପୁଲିସ କହିଛି। ଅଳ୍ପ କେତୋଟି ଚଳଚ୍ଚିତ୍ର ଏବଂ ଅସଂଖ୍ୟ ସିରିଏଲ୍‌ରେ ଅଭିନୟ କରିଥିବା ୩୩ ବର୍ଷୀୟ ଅଭିନେତ୍ରୀଙ୍କୁ କାରାମାନା ନଗର ନିକଟ ବାସଭବନରେ ଥିବା ତାଙ୍କ କୋଠାରି ଭିତରୁ ଫାଶୀ ଲଗାଇ ମରିଥିବା ଦେଖାଯାଇଥିଲା ବୋଲି ପୁଲିସ କହିଛି। ଅପର୍ଣ୍ଣା ତାଙ୍କ ସ୍ବାମୀ ଓ ଦୁଇ ପିଲାଙ୍କ ସହିତ ରହୁଥିଲେ। ଗୁରୁବାର ରାତି ପ୍ରାୟ ୭.୩୦ରେ ସେ ଜୀବନ ହରାଇଥିବା ଜଣାପଡ଼ିଛି। ଫାଶୀରୁ ଖୋଲି ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କହି ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ। ଡାକ୍ତରଖାନା ସୂତ୍ରରୁ ଖବର ପାଇଁ ଆମେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଛୁ। ପାରିବାରିକ ବିବାଦ ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପରି ମନେହେଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button