ଅପରାଧ

ମିଛ କହି ଯୁବକକୁ ଠକୁ ଥିଲେ ମହିଳା; ଶେଷରେ କ’ଣ ହେଲା ଜାଣନ୍ତୁ…. – Ibnodisha

[ad_1]

ଭୁବନେଶ୍ୱର: ମିଛ କହି ଯୁବକକୁ ଠକୁ ଥିଲେ ମହିଳା । ଝିଅର ଫୋଟ ଦେଇ କଥା ହେଉଥିଲେ ଯୁବକଙ୍କ ସହ ଏବଂ ବିଭିନ୍ନ ସମୟରେ ଯୁବକଙ୍କଠାରୁ ଠକି ନେଇଛନ୍ତି ୨.୪୦ ଲକ୍ଷ ଟଙ୍କା । ଠକାମିର ଶାକାର ହୋଇଥିବା ଯୁବକ କୃଷ୍ଣଚନ୍ଦ୍ର ସାହୁ ଶ୍ରୀ ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ଉକ୍ତ ମହିଳାଙ୍କୁ ଗିରଫ କରିଛି ପୁଲିସ । ଗିରଫ ମହିଳା ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲାର ନାୟରଣପୁର ଗ୍ରାମର ମଞ୍ଜୁଲତା ନାଏକ(୪୫) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ କୃଷ୍ଣଚନ୍ଦ୍ର ଭୁବନେଶ୍ୱରରେ ରହୁଥିବା ବେଳେ ମଞ୍ଜୁଲତା କେଉଁଝର ଜିଲ୍ଲାର ନାୟରଣପୁରରେ ରହୁଥିଲେ । ଏକ ବର୍ଷ ପୂର୍ବରୁ ଭୁଲ ବଶତଃ ଫୋନ କଲ ଲାଗିଯିବାରୁ ଅଭିଯୋଗକାରୀ ମଞ୍ଜୁଲତାଙ୍କ ଯୋଗାଯୋଗରେ ଆସିଥିଲେ ।

ମଞ୍ଜୁଲତା ଜଣେ ବିବାହିତ ମହିଳା ହୋଇଥିବା ବେଳେ ନିଜକୁ ଅବିବାହିତ ଓ ସୁମିତ୍ରା ନାଏକ ପରିଚୟ ଦେଇଥିଲେ । କିଛି ଦିନର ବାର୍ତାଲାପ ପରେ ମଜୁଲତା ଅଭିଯୋଗକାରିଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ବିବାହ କରିବାକୁ ପ୍ରସ୍ତାବ ଦେଇ ନିଜ ଝିଅର କିଛି ଫଟୋ ଓ ଭିଡିଓ ପଠାଇ ସେଗୁଡିକୁ ନିଜର ବୋଲି କହିଥିଲେ । କୃଷ୍ଣଚନ୍ଦ୍ର ମଞ୍ଜୁଲତାଙ୍କୁ ଜଣେ ଅବିବାହିତ ଝିଅ ଭାବି ତାଙ୍କର ନିବେଦନକୁ ସ୍ୱୀକାର କରିଥିଲେ । ମଞ୍ଜୁଲତା ବିଭିନ୍ନ ସମୟରେ ନିଜର ମିଥ୍ୟା କରୁଣ କାହାଣୀ କହି ଚତୁର ଭାବରେ ଅଭିଯୋଗକାରୀଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲେ ଏବଂ ସେମାଙ୍କର ବିବାହ ନିମନ୍ତେ ବିବାହ ମଣ୍ଡପ ବୂକ କରିବାକୁ କହି ସଫଳ ଭାବେ ୨,୪୦,୦୦୦ ଟଙ୍କା ଫୋନ ପେ ମାଧ୍ୟମରେ ତାଙ୍କର ସ୍ୱାମୀ ନରତମ ନାଏକଙ୍କ ଆକାଉଣ୍ଟରେ ନେଇଥିଲେ, ଯାହାକୁ ସେ ନିଜର ବାପା ବୋଲି ପରିଚୟ ଦେଇଥିଲେ । କୃଷ୍ଣଚନ୍ଦ୍ର ମଞ୍ଜୁଲତାଙ୍କୁ କେବେ ଦେଖିନଥିବାରୁ ଗତ ୧୩ ତାରିଖରେ ଭିଡିଓ କଲରେ ଦେଖିବା ପାଇଁ କହିଥିଲେ । ଏଥିରେ ମଞ୍ଜୁଲତା ରାଜି ନହୋଇ ଫୋନ କଲ କାଟିଦେଇଥିଲେ ।

ଏନେଇ କୃଷ୍ଣଚନ୍ଦ୍ରଙ୍କ ସନ୍ଦେହ ହେବାରୁ ସେ ଚାଲାକ କରି ମଞ୍ଜୁଲତାଙ୍କୁ ଭୂବନେଶ୍ୱରକୁ ଡ଼ାକିଥିଲେ ଏବଂ ବିବାହ ନିମନ୍ତେ କିଛି ଗହଣା ରଖିଥିବାରୁ ଆସିକି ନେବା ପାଇଁ କହିଥିଲେ । ମଞ୍ଜୁଲତା ଭୁବନେଶ୍ୱରକୁ ଆସିଥିଲେ ଏବଂ ଅଭିଯୋଗକାରିଙ୍କୁ ସାକ୍ଷାତ କରି ନିଜକୁ ସୁମିତ୍ରାଙ୍କ ମା’ ର ପରିଚୟ ଦେଇଥିଲେ । କୃଷ୍ଣଚନ୍ଦ୍ରଙ୍କୁ ସନ୍ଦେହ ହେବାରୁ ସେ ତାଙ୍କର ମୋବାଇଲ ଫୋନ ନେଇ ଯାଞ୍ଚ କରିଥିଲେ । ଏହା ପରେ ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଅଭିଯୁକ୍ତାଙ୍କୁ ସମସ୍ତ ଟଙ୍କା ଫେରେଇବାକୁ କହିଥିଲେ । ଏଥିରେ ଅଭିଯୁକ୍ତ ତାଙ୍କୁ ଟଙ୍କା ଫେରେଇବା ବଦଳରେ ଧମକ ଦେଇଥିଲେ । ପୁଲିସ ଏହି ମାମଲାର ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତାଙ୍କୁ ଗିରଫ କରିଥିଲେ । ପଚାର ଉଚରା ବେଳେ ଅଭିଯୁକ୍ତ ନିଜର ସମସ୍ତ ଅପରାଧ ସ୍ୱୀକାର କରିଥିଲେ । ଏହା ପରେ ପୁଲିସ ମଞ୍ଜୁଲତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button