ରାଣ୍ଡୁଆ ବିଜାୟାନନ୍ଦ ବାବା ଙ୍କ ୩ ପ୍ରେମିକା

IBN ଓଡିଶା (ବ୍ୟୁରୋ):-ଭୁବନେଶ୍ୱର:-କଳା ସାମ୍ରାଜ୍ୟର ଫିଟୁଛି ଗୁମର : ବାବା ବିଜୟାନନ୍ଦଙ୍କ ଭିଡିଓ ଭାଇରାଲ୍, ଯୁବତୀଙ୍କୁ ସ୍ପର୍ଶ ଥେରାପି ନାଁରେ କରୁଥିଲେ ଅସଦାଚରଣ ! ଆତ୍ମଘୋଷିତ ସ୍ୱାମୀ ବିଜୟାନନ୍ଦ ମହାରାଜ ଓରଫ ବିଜୟାନନ୍ଦ ଚୌଧୁରୀଙ୍କ ସିରିଜ ଠକେଇ ପରେ ଏବେ ନୂଆ ବିସ୍ଫୋକର ତଥ୍ୟ ପଦାକୁ ଆସୁଛି । ବାବାଙ୍କ ଫୋନ୍ ଜବତ ହେଲା ପରେ ସେଥିରୁ କିଛି ଭିଡିଓ ପାଇଛି ପୁଲିସ୍ । ଉକ୍ତ ଭିଡିଓରେ ଜଣାପଡୁଛି ସ୍ପର୍ଶ ଥେରାପି ନାଁରେ ବାବା ସମ୍ଭବତଃ ଯୁବତୀ ଓ ମହିଳାମାନଙ୍କୁ ଅସଦାଚରଣ କରୁଥିଲେ । ପ୍ରାୟ ୭ ଟି ଭିଡିଓ ଏବେ ପୁଲିସ୍ ହାତରେ ଲାଗିଛି । ସେଥିରୁ କିଛି ଭିଡିଓ ସୋସିଆଲ ମିଡିଆରେ ବୁଲୁଛି। ହେଲେ ଏନେଇ କୌଣସି ଅଭିଯୋଗ ହୋଇନାହିଁ । କିନ୍ତୁ ପୁଲିସ୍ ଏ ଦିଗରେ ଛାନ୍ଭିନ୍ ଆରମ୍ଭ କରିଛି ।ସୋସିଆଲ୍ ମିଡିଆରେ ବୁଲୁଥିବା ଭିଡିଓ ଗୁଡିକରୁ ଜଣାପଡୁଛି ସ୍ପର୍ଶ ଥେରାପି ନେଉଥିବା ସମସ୍ତେ ହେଲେ ଯୁବତୀ । ବାବା କାହାର ମୁଣ୍ଡ ଦେଖୁଛନ୍ତି ତ’ ପୁଣି ଆହାର ଅଣ୍ଟା । ଛାତି ପେଟକୁ ସ୍ପର୍ଶ କରୁଛନ୍ତି ବାବା । ଯାହା ଜଣାପଡୁଛି ବାବା ସେମାନଙ୍କ ସହ ଅସଦାଚରଣ କରୁଛନ୍ତି । ଭିଡିଓର କୌଣସି ଶବ୍ଦ ଶୁଣାଯାଉ ନାହିଁ । ହେଲେ ବାବାଙ୍କ କାରନାମା ସବୁ ଜଳ ଜଳ ଦେଖା ଯାଉଛି । ଅନ୍ୟ ପକ୍ଷରେ ବାବାଙ୍କର ୩ ଜଣ ପ୍ରେମିକା ଥିବା ପୁଲିସ୍ ଜାଣିବାକୁ ପାଇଛି । କଟକ ଓ ଭୁବନେଶ୍ୱରରେ ୨ ଜଣ ଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗରେ ରହୁଛନ୍ତି । ଏହି ୩ ଜଣଙ୍କ ପାଖକୁ ଅନେକ ଥର ବାବା ଲକ୍ଷ ଲକ୍ଷ ଟଙ୍କା ଟଙ୍କା ପଠାଇଛନ୍ତି। ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ବାବା ନିଜ ଶାଖା ଆଶ୍ରମ ପାଇଁ କଟକ, ପୁରୀ ଓ ଭୁବନେଶ୍ୱରରେ ପ୍ଲଟ୍ ଓ ଫ୍ଲାଟ୍ କିଣିଛନ୍ତି । କିଛି ସରକାରୀ କର୍ମଚାରୀ ବାବା ବିଜୟାନନ୍ଦ ପାଇଁ ଭକ୍ତ ଯୋଗାଡ଼ କରିବା ସହ ବିଭିନ୍ନ ମହଲରେ ତାଙ୍କ ପାଇଁ ପ୍ରଚାର ଚଳାଇଥିଲା । ଏସବୁ ଦିଗକୁ ଇଓଡବ୍ଲୁ ଖୋଳତାଡ଼ କଲେ ଠକ ବିଜୟାନନ୍ଦଙ୍କ ଆହୁରି ବହୁ କେଳେଙ୍କାରୀ ଧରାପଡ଼ିବ । ବିଜୟାନନ୍ଦ ସହ ତାଙ୍କର କିଛି ଖାସ ସହଯୋଗୀ ଏବଂ ଚେଲାଙ୍କ ଆର୍ଥିକ କାରବାରର ତଦନ୍ତ କରାଗଲେ ବହୁ ବେଆଇନ ସମ୍ପତ୍ତି ଓ ଜବରଦଖଲ ହୋଇଥିବା ସରକାରୀ ଜମି ଠାବ ହୋଇପାରିବ ।ସେପଟେ ବାବା ଠିକାଦାର, କଣ୍ଟ୍ରାକ୍ଟର, ବଡ଼ ବେପାରୀ, ଶିଳ୍ପପତି ଓ ରାଜନେତାଙ୍କୁ ଅଲୌକିକ ଶକ୍ତିର କାରନାମା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ । ସବୁ ଠାରୁ ବଡ଼ କଥା ହେଲା ବାବା କୋଟି କୋଟି ଟଙ୍କା ଆକାଉଣ୍ଟରେ ନେଉଥିଲେ । ଗତ ୩ ବର୍ଷ ଭିତରେ ବାବାଙ୍କ ଆକାଉଣ୍ଟରକୁ ୧୫ କୋଟିରୁ ଅଧିକ ଟଙ୍କା ଟ୍ରାଞ୍ଜାକ୍ସନ୍ ହୋଇଛି । ଏହା ଜଣାପଡିବା ପରେ ଏହାର ଆର୍ଥିକ କାରବାର ଲିଙ୍କ୍ ଖୋଳିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଖୁବ୍ ଶୀଘ୍ର ଇଡି ମାମଲା ନେବ ବୋଲି ଜଣାପଡିଛି । ତା’ଛଡା ବାବାଙ୍କୁ ଯେଉଁମାନେ ଠିକାଦାରୀ କାମ ପାଇବାକୁ କୋଟି କୋଟି ଟଙ୍କା ଦେଇଛନ୍ତି, ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।