ଅପରାଧ

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ସାବତ ବାପା – Ibnodisha

[ad_1]

କେନ୍ଦୁଝର: ଜଣେ ୧୬ ବର୍ଷର ନାବାଳିକା ବଳାତ୍କାର ମାମଲାରେ ସାବତ ବାପା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ନାବାଳିକାଙ୍କ ମାନସିକ ଅବସ୍ଥା ଭଲ ନ ଥିବାରୁ ଶିଶୁକେନ୍ଦ୍ରରେ ରଖାଯାଇ କାଉନସେଲିଂ ଚାଲିଛି। ଗିରଫ ସାବତ ବାପାଙ୍କ ନାମ ଏମ୍‌ଡି ଆଲାମ (୩୨)। ଘଟଣାଟି ବଡ଼ବିଲ ଥାନା ଅଞ୍ଚଳରେ ଘଟିଛି। ସୂଚନାନୁଯାୟୀ ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ମା’ ଜଣେ ମୁସଲମାନ ବ୍ୟକ୍ତିଙ୍କୁ କିଛି ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ। ଦୁଇକୁନି ଝିଅକୁ ନେଇ ତାଙ୍କ ବିଧବା ମା’ ଆଲମଙ୍କୁ ବିବାହ କରି ତାଙ୍କ ଘରେ ରହି ଆସୁଥିଲେ।

ନାବାଳିକା ଜଣଙ୍କ ନବମ ଶ୍ରେଣୀରେ ପଢୁଛନ୍ତି। ତେବେ ସବୁବେଳେ ତାଙ୍କ ସାବତ ବାପା ତାଙ୍କ ଉପରେ ଖରାପ ଦୃଷ୍ଟି ପକାଉଥିଲେ। ତାଙ୍କୁ କିଛି ମାସ ହେଲା ବିରୋଧ ସତ୍ତ୍ୱେ ବଳାତ୍କାର କରି ଆସୁଥିଲେ। ଏନେଇ ନାବାଳିକା ତାଙ୍କ ମା’ଙ୍କୁ ଜଣାଇବା ପରେ ସୁରକ୍ଷା ନ ମିଳିବାରୁ ୮ ତାରିଖ ଦିନ ଘରୁ ବାହାରି ପୋଲିସର ସହାୟତା ଲୋଡ଼ିଥିଲେ। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ କେନ୍ଦ୍ରରେ ରଖିଥିବା ବେଳେ ସାବତ ବାପାଙ୍କୁ ଗିରଫ କରି ୯ ତାରିଖ କୋର୍ଟ ଚାଲାଣ କରିଛି। ୮ ତାରିଖରେ ଅଭିଯୋଗ ମିଳିବା ପରେ ୯ ତାରିଖରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଆର୍‌.କେ.ମୁଦୁଲି କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button