ଛାତ୍ରଙ୍କୁ ନଗ୍ନ ଭିଡିଓ ପଠାଇ ଫସିଲେ ଶିକ୍ଷୟିତ୍ରୀ – Ibnodisha
[ad_1]
ୱାଶିଂଟନ୍: ଆମେରିକାର ମିସୋରି ପ୍ରଦେଶରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୨୫ ବର୍ଷୀୟ ଶିକ୍ଷୟିତ୍ରୀ ୧୬ ବର୍ଷୀୟ ଛାତ୍ରଙ୍କୁ ନଗ୍ନ ଫଟୋ ପଠାଇ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ରିପୋର୍ଟ ଅନୁଯାୟୀ, ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କ ସହ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ । ହେଲେ ଛାତ୍ର ଜଣକ ସମ୍ପର୍କ ରଖିବାକୁ ଚାହୁଁ ନ ଥିଲେ । ଏନେଇ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ନଗ୍ନ ଫଟୋ ଏବଂ ଭିଡିଓ ଶେୟାର କରିବାକୁ କହିଥିଲେ । ଫଳରେ ଛାତ୍ର ଜଣକ ସୋସିଆଲ ମିଡ଼ିଆ ମାଧ୍ୟମରେ ଶିକ୍ଷୟିତ୍ରୀଙ୍କ ପାଖକୁ ନଗ୍ନ ଫଟୋ ଏବଂ ଭିଡିଓ ପଠାଇଥିଲେ ।
ଏପରିକି ଶିକ୍ଷୟିତ୍ରୀ ମଧ୍ୟ ଛାତ୍ରଙ୍କ ପାଖକୁ ନଗ୍ନ ଫଟୋ ଏବଂ ଭିଡିଓ ପଠାଇଥିଲେ । ସ୍କୁଲରେ ଏହି କଥା ପ୍ରଘଟ ହେବା ପରେ ଶିକ୍ଷୟିତ୍ରୀ ଫଟୋ ଏବଂ ଭିଡିଓ ‘ଡିଲିଟ୍’ କରିବାକୁ ଛାତ୍ରଙ୍କୁ କହିଥିଲେ । ପରବର୍ତ୍ତୀ ସମୟରେ ଗୋଇନ୍ଦା ବିଭାଗ ଅଧିକାରୀ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏପରିକି ଗୋଇନ୍ଦା ବିଭାଗ ଅଧିକାରୀମାନେ ଛାତ୍ରଙ୍କୁ ପଚରାଉଚରା ପରେ ଶିକ୍ଷୟିତ୍ରୀଙ୍କ ନିକଟକୁ ନଗ୍ନ ଫଟୋ ଏବଂ ଭିଡିଓ ପଠାଇଥିବା ସ୍ୱୀକାର କରିଥିଲେ । ଏପରିକି ଗୋଇନ୍ଦା ଅଧିକାରୀ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଜେରା କରିଥିଲେ । ସେ ଜେରା ବେଳେ ଛାତ୍ରଙ୍କ ସହିତ ବାର୍ତ୍ତାଲାପ କରୁଥିବା କଥା ସ୍ୱୀକାର କଲେ । ସେ କହିଲେ, ଛାତ୍ର ଜଣକ ନାବାଳକ ବୋଲି ସେ ଜାଣି ନ ଥିଲେ । କାରଣ ମିସୋରିରେ ଯୌନ ସମ୍ପର୍କ ପାଇଁ ସମ୍ମତି ଦେବାର ବିଧିବଦ୍ଧ ବୟସ ୧୭ ବର୍ଷ । ଅଭିଯୋଗ ଆଧାରରେ ୨୫ ବର୍ଷୀୟ ଶିକ୍ଷୟିତ୍ରୀଙ୍କ ନାମରେ ୬ଟି ଆପରାଧିକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । କୋର୍ଟର ଦଲିଲ ଅନୁଯାୟୀ, ଜେଲରୁ ମୁକୁଳିବାକୁ ହେଲେ ଶିକ୍ଷୟିତ୍ରୀଙ୍କୁ ଜରିମାନା ବାବଦକୁ ୧୦୦,୦୦୦ ଡଲାର ଦେବାକୁ ପଡିବ ବୋଲି ଜଣାପଡ଼ିଛି ।
[ad_2]