ଦେଶ

ଗର୍ଭବତୀ ପତ୍ନୀକୁ ବୁଲାଇବାକୁ ନେଇ ହତ୍ୟା କଲା ନୃଶଂସ ସ୍ୱାମୀ – Ibnodisha

[ad_1]

ନୂଆଦିଲ୍ଲୀ: ବିହାରର ପୂର୍ଣ୍ଣିୟା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଦୁର୍ଗା ପୂଜା ବୁଲାଇ ନେବାକୁ କହି ବାଟରେ ତାଙ୍କର ହତ୍ୟା କରିଥିବା ଜଣାପଡ଼ିଛି । ପୁଲିସ ଏହି ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଏହି ଅଭାବନୀୟ ଘଟଣା ପୂର୍ଣ୍ଣିୟା ଜିଲ୍ଲାର ରାମବାଗ ଗ୍ରାମରେ ଘଟିଛି । ଏହି ଗ୍ରାମରେ ବସବାସ କରୁଥିବା ଲଲନ ଯାଦବଙ୍କ ବିବାହ ପିଙ୍କି କୁମାରୀ ଓରଫ କିରଣଙ୍କ ସହିତ ୨୦୦୯ରେ ହୋଇଥିଲା ।

ପେସାରେ ଫ୍ୟାସନ ଡିଜାଇନର ଥିବା ପିଙ୍କି କରୋନା ହେତୁ ଲକଡାଉନ କାରଣରୁ ସ୍ୱାମୀଙ୍କ ସହିତ ନିଜ ଶାଶୁ ଘରକୁ ଫେରି ଆସିଥିଲେ । ପିଙ୍ଗିଙ୍କ ବାପା ରାମାନନ୍ଦ ଯାଦବ ଓ ମା’ କହିଛନ୍ତି, ‘ଝିଅ ପିଙ୍କି ଫୋନ କରିଥିଲା ଆଉ କହିଥିଲା ସେ ଦୁର୍ଗା ପୂଜା ବୁଲିବାକୁ ଆସିଛି । ତେଣୁ ଘର ହୋଇ ଶାଶୁଘରକୁ ଫେରିଯିବ । ଝିଅ ଓ ଜ୍ୱାଇଁ ଆସିବା ଖୁସିରେ ଆମେ ଘରେ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲୁ । ଏହି ସମୟରେ ଜ୍ୱାଇଁଙ୍କ ଫୋନ ଆସିଲା ।

ଫୋନ ଉଠାଇବା ପରେ ପିଙ୍କିଙ୍କ ପେଟରେ କିଏ ଗୁଳି ମାରି ଚାଲିଯାଇଛି ବୋଲି ଜ୍ୱାଇଁ କହିଥିଲେ । ଏହାପରେ ଆମେ ଥାନାକୁ ଯାଇ ଜ୍ୱାଇଁଙ୍କ ବିରୋଧରେ ମାମଲା ରୁଜୁ କରିଥିଲି । କାରଣ ଆମେ ଜାଣିଥିଲୁ ଆମ ଝିଅ ଫିଙ୍କିଙ୍କୁ ଜ୍ୱାଇଁ ହିଁ ହତ୍ୟା କରିଛନ୍ତି । କାରଣ ସେ ଫିଙ୍କି ନାମରେ ଥିବା ସମ୍ପତ୍ତିକୁ ନିଜ ନାମରେ କରିବାକୁ ଚେଷ୍ଟା କରୁଥିଲେ । ଏଥିପାଇଁ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗି ରହିଥିଲା । ନିକଟରେ ପିଙ୍କିଙ୍କୁ ଜ୍ୱାଇଁ ନିସ୍ତୁକମାଡ଼ ମାରିଥିଲେ । ଏହାପରେ ଝିଅ ଘରକୁ ଚାଲି ଆସିବାକୁ ଚାହୁଁଥିଲା । କିନ୍ତୁ ତାର ଶାଶୁଘର ଲୋକ ଛାଡ଼ି ନଥିଲେ । ଝିଅ ଆମର ୩ମାସର ଅନ୍ତସତ୍ତ୍ୱା ଥିବା ବେଳେ ଜ୍ୱାଇଁ ତାଙ୍କୁ ହତ୍ୟା କରିଛନ୍ତି । ପୁଲିସ ନିକଟରେ ପିଙ୍କିଙ୍କ ସ୍ୱାମୀ ନିଜ ଦୋଷ ଶିକାର କରି ସ୍ତ୍ରୀଙ୍କୁ କିପରି ହତ୍ୟା କରିଥିଲା ପୁଲିସ ସମ୍ମୁଖରେ ବଖାଣିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button