ଅପରାଧ

ସ୍ୱାମୀ ମିଳିଲେନି ତ ସ୍ତ୍ରୀଙ୍କୁ ଉଠାଇ ଆଣି ବାନ୍ଧି ରଖିଲେ ଗାଁ ଲୋକେ

ଟକ : ସ୍ୱାମୀକୁ ନପାଇ ସ୍ତ୍ରୀକୁ ବାନ୍ଧିଲେ ଗାଁ ଲୋକେ । ଦେଖନ୍ତୁ ମହିଳା ଜଣଙ୍କ କେମିତି ଖୁଣ୍ଟରେ ବନ୍ଧା ହୋଇଛନ୍ତି । ଆଉ ଏପଟେ ରୁଣ୍ଡ ହୋଇଛନ୍ତି ଗାଁ ଲୋକେ । ମହିଳାଙ୍କୁ ବାନ୍ଧିଥିବା ଆଉ ଜଣେ ମହିଳାଙ୍କ ଗୋଟିଏ ଜିଦ୍‌ ସେ ଆସାମୀ ଆସୁ ତାପରେ ଯାଇ ମୁଁ ତା ସ୍ତ୍ରୀକୁ ଛାଡିବି । ନହେଲେ ଇଏ ସେମିତି ବନ୍ଧା ହୋଇଥିବ ।

ସ୍ୱାମୀ ମିଳିଲେନି ତ ସ୍ତ୍ରୀଙ୍କୁ ଉଠାଇ ଆଣିଲେ ।

ବାନ୍ଧି ରଖିଲେ ଘଣ୍ଟା ଘଣ୍ଟା ଧରି । ସ୍ୱାମୀ କରିଲେ ଭୁଲ୍‌ ସ୍ତ୍ରୀ ପାଇଲେ ଶାସ୍ତି । ସ୍ୱାମୀ ନ ମିଳିବାରୁ ସ୍ତ୍ରୀଙ୍କୁ ଆଣି ଇଲେକଟ୍ରିକ ଖୁଣ୍ଟରେ ବାନ୍ଧିଦେଲେ ଗାଁଲୋକେ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ଥାନା କୋକଳବା ଗାଁରେ ।

କହିରଖିବାକୁ ଚାହିଁବୁ ଯେ ଗାଁର ଅଲେଖ ରଣା ନାମକ ଜଣେ ବ୍ୟକ୍ତି ମଦ ନିଶାରେ ରାଜେନ୍ଦ୍ର ନାୟକଙ୍କୁ ଗାଡିରେ ଧକ୍କା ମାରିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ସବୁ କାଣ୍ଡ । ସୂଚନା ମୁତାବକ ୩ ଦିନ ତଳେ କୋକଳବା ଗାଁର ରାଜେନ୍ଦ୍ର ନାୟକ ଓ କିଛି ସାଙ୍ଗ ବାହାରେ ବସିଥିବାବେଳେ ସେହି ଗାଁର ଅଲେଖ ରଣା ରାଜେନ୍ଦ୍ର ନାୟକଙ୍କୁ ଆସି ଧକ୍କା ଦେଇ ପଳାଇ ଯାଇଥିଲା ଯାହାଫଳରେ ରାଜେନ୍ଦ୍ର ନାୟକଙ୍କ ପରିବାର ଅଲେଖ ରଣାଙ୍କ ଘରକୁ ଯାଇଥିଲେ । କିନ୍ତୁ ଏଥିରେ ଉତ୍‌କ୍ଷିପ୍ତ ହେଇଗଲେ ଅଲେଖ ରଣା । ଯାହାପରେ ଏକ ମାରଣାସ୍ତ୍ର ଆଣି ମୋଟ ୩ ଜଣଙ୍କୁ ଆକ୍ରମଣ କରିଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button