କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! – Ibnodisha

[ad_1]
ଭୁବନେଶ୍ବର: କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! ଏଭଳି ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରୁ । ରାତିରେ ସମୟରେ ଏହି କଲେଜ କ୍ୟାମ୍ପସରେ ସେକ୍ସ ରାକେଟ ଚାଲୁଥିବା ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଛି । ଯାହାକୁ ନେଇ ବିଭାଗ ଉଦବେଗ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି । ଉଚ୍ଚ ଶିକ୍ଷା ବିଭାଗ ଦେଇଥିବା ଅଭିଯୋଗ ଚିଠିରେ ଦର୍ଶାଇଛି ଯେ, ଗତ ଦୁଇ ବର୍ଷ ହେଲା କଲେଜ କ୍ୟାମ୍ପସ ମଧ୍ୟରେ ଏଭଳି ସେକ୍ସ ରାକେଟ୍ କାରବାର ଚାଲୁଛି । ଏଥିସହ ଉକ୍ତ କଲେଜରେ ଅନେକ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିଛି ।
ଅଭିଯୋଗ ହୋଇଛି ଯେ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜ କ୍ୟାମ୍ପସରେ ରାତି ସମୟରେ ସେକ୍ସ ରାକେଟ୍ ଚାଲୁଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ କେବଳ ଗଞ୍ଜାମ ନୁହେଁ ସାରା ରାଜ୍ୟରୁ ଅଧ୍ୟାପକଙ୍କ ବିରୋଧରେ ଏବେ ମାଳ ମାଳ ଅଭିଯୋଗ ଆସିଛି । ଭୁବନେଶ୍ୱର, ସମ୍ବଲପୁର ବାଲେଶ୍ଵର ଏବଂ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସମସ୍ତ କଲେଜ ଅଧ୍ୟକ୍ଷ ସମେତ ଅଧ୍ୟାପକମାନଙ୍କ ବିରୋଧରେ ଆସୁଛି ମାଳମାଳ ସଙ୍ଗୀନ ଅଭିଯୋଗ । କେଉଁଠି କଲେଜର ସାମଗ୍ରୀକୁ ନେଇ ଦୁର୍ନୀତି ତ ଆଉ କେଉଁଠି ଅଧ୍ୟାପକ ନିଯୁକ୍ତି ଏବଂ ଆର୍ଥିକ କାରବାରରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି ।
[ad_2]



