ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ! – Ibnodisha

[ad_1]
ଗୌହ୍ୱାଟୀ: ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଆସାମର ତେଜପୁରରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଗତ ରବିବାର ରାତିରେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି ପଡ଼ୋଶୀ । ମୃତକ ହେଲେ ରାମ କାତିଙ୍କ ପତ୍ନୀ ସଙ୍ଗୀତା କାତି । ତାଙ୍କୁ ଜୀବନ୍ତ ଦଗ୍ଧ କରିବା ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଅଜୟ ସଂଘର, ଟିଙ୍କୋ ମହ୍ଲାର ଏବଂ ସୂର୍ଯ୍ୟ ବଘୱର । ଅନ୍ୟ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇନି । ବର୍ତ୍ତମାନ ସୁଦ୍ଧା ଆହୁରି ୨ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସଙ୍ଗୀତା କାତିଙ୍କ ପଡ଼ୋଶୀ ତାଙ୍କ ଉପରେ କିଛି ଦିନ ହେବ ସନ୍ଦେହ କରି ଆସୁଥିଲେ । ଯାହାକୁ ନେଇ ପ୍ରଥମେ ପଡ଼ୋଶୀଙ୍କ ପରିବାରର ଜଣେ ସଦସ୍ୟ ସଙ୍ଗୀତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ । ବାହାର ଗ୍ରାମର କିଛି ଲୋକଙ୍କୁ ମଧ୍ୟ ସାଙ୍ଗରେ ଆଣି ଆସିଥିଲେ ପଡୋଶୀ ।
ସମସ୍ତେ ମିଶି ସଙ୍ଗୀତାଙ୍କର ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଖାଲି ସେତିକି ନୁହାଁ, ମହିଳାଙ୍କ ସ୍ୱାମୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ଆକ୍ରମଣକାରୀମାନେ ତାଙ୍କୁ ପ୍ରଥମେ ବାନ୍ଧି ଦେଇଥିଲେ । ପରେ ମହିଳାଙ୍କୁ ଜୀବନ୍ତ ଜାଳିଦେଇଥିବା ଜଣାପଡିଛି । ପୋଲିସର କହିବା ଅନୁସାରେ, ପୂର୍ବରୁ ସଙ୍ଗୀତାଙ୍କ ପରିବାର ସହ ପଡୋଶୀଙ୍କର ଅନେକ ମନୋମାଳିନ୍ୟ ରହିଥିଲା । ଉଭୟଙ୍କ ପରିବାର ମଧ୍ୟ ଭଲ ସମ୍ପର୍କ ନଥିଲା । ଆଉ ପରବର୍ତ୍ତୀ ସମୟରେ ସଙ୍ଗୀତା ଗୁଣିଗାରେଡି କରୁଥିବା ନେଇ ଅଭିଯୋଗ ଆଣିଥିଲେ ପଡୋଶୀ ।
ଆଉ ଶେଷରେ ସଙ୍ଗୀତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲେ । ମୃତ ସଙ୍ଗୀତାଙ୍କ ବୟସ ୩୦ ବର୍ଷ ହୋଇଥିବା ଜଣାପଡିଛି । ତାଙ୍କର ୨ ପିଲାଙ୍କ ଆଖି ସାମ୍ନାରେ ହିଁ ସଙ୍ଗୀତାଙ୍କୁ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ତେବେ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇଥିବାବେଳେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି । ତେବେ ଗୁଣିଗାରେଡି ସନ୍ଦେହରେ ପ୍ରକୃତରେ ହତ୍ୟା କରାଯାଇଛି ନା ବ୍ୟକ୍ତିଗତ ଶତ୍ରୁତା ହତ୍ୟାକାଣ୍ଡର ରୂପ ନେଇଛି ସେନେଇ ତଦନ୍ତ ଚଳାଇଛି ପୋଲିସ । ଏହାସହ ଫେରାର ଥିବା ଅନ୍ୟ ୨ ଅଭିଯୁକ୍ତଙ୍କ ପତ୍ତା ଲଗାଇବା ପାଇଁ ପୋଲିସ ଛାନଭିନ କରୁଛି ।
The post ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ! appeared first on ONA KHABAR.
[ad_2]