ଟିଏମସି ନେତାଙ୍କ ଗୁଳି କରି ହତ୍ୟା – Ibnodisha

[ad_1]
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ବହରାମପୁରରେ ରବିବାର ଦିନ ତୃଣମୂଳ କଂଗ୍ରେସ/ଟିଏମସି ନେତା ସତ୍ୟେନ ଚୌଧୁରୀଙ୍କୁ ଅଜ୍ଞାତ ଯୁବକମାନେ ଗୁଳି କରି ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ସତ୍ୟେନ ଅଧୀର ରଞ୍ଜନ ଚୌଧୁରୀଙ୍କ ପାଖଲୋକ ଥିଲେ। କିନ୍ତୁ ପରେ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ରବିବାର ସତ୍ୟେନ କିଛି ବୁଝିବ। ପୂର୍ବରୁ କିଛି ଅଜ୍ଞାତ ଯୁବକମାନେ ଆସି ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଗୁଳିକାଣ୍ଡ ପରେ ସତ୍ୟେନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନେତାଙ୍କୁ ଗୁଳି କରି ଏପରି ଭାବେ ହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। କିଏ କେଉଁ ଉଦ୍ଦେଶ୍ୟରେ ତୃଣମୂଳ କଂଗ୍ରେସ ନେତା ସତ୍ୟେନ ଚୌଧୁରୀଙ୍କୁ ହତ୍ୟା କରିଛି ସେନେଇ ପୁଲିସ ଯାଞ୍ଚ ଆରମ୍ଭ କରିଛି। ଏଥିସହିତ ସତ୍ୟେନ ଚୌଧୁରୀଙ୍କ ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
[ad_2]