ଅପରାଧ

ହସ୍ପିଟାଲ ବାହାରେ ପ୍ରସବ ଘଟଣା : ୩ ଡାକ୍ତର ସସପେଣ୍ଡ – Ibnodisha

[ad_1]

ରାଜସ୍ଥାନ : ରାଜସ୍ଥାନର ଏକ ସରକାରୀ ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା । ପ୍ରସବ ଯନ୍ତ୍ରଣା ହେବାକୁ ଡାକ୍ତରଖାନା ଆସିଥିଲେ, ହେଲେ ଆଡମିଶନ ନ କରିବାରୁ ଡାକ୍ତରଖାନା ଗେଟ୍ ଆଗରେ ଜନ୍ମ ଦେଇଛନ୍ତି ଜଣେ ଗର୍ଭବତୀ। ଡାକ୍ତରୀ ଶିକ୍ଷା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶୁଭ୍ରା ସିଂହ କହିଛନ୍ତି ଯେ, ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭାଗ ତୁରନ୍ତ ତଦନ୍ତ କମିଟି ଗଠନ କରିଛି। କମିଟିର ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କନୱାତିଆ ହସ୍ପିଟାଲର ତିନି ରେସିଡେଣ୍ଟ ଡକ୍ଟର – କୁସୁମ ସାଇନି, ନେହା ରାଜୱାତ ଏବଂ ମନୋଜଙ୍କୁ ଚରମ ଅବହେଳା କାରଣରୁ ନିଲମ୍ବିତ କରିଛି। ସେହିପରି ହସ୍ପିଟାଲର ଅଧୀକ୍ଷକ ଡ. ରାଜେନ୍ଦ୍ର ସିଂହ ତନୱାରଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଶୁଭ୍ରା ସିଂହ କହିଛନ୍ତି। ସୂଚନା ଅନୁସାରେ, ବୁଧବାର ଜଣେ ମହିଳା ପ୍ରସବ ଯନ୍ତ୍ରଣା ହେବାରୁ କନୱାତିଆ ହସ୍ପିଟାଲକୁ ଆସିଥିଲେ। କିନ୍ତୁ ଉକ୍ତ ଡାକ୍ତରଖାନାରେ ତାଙ୍କୁ ଆଡମିଶନ ଦିଆଯାଇନଥିଲା। ଫଳରେ ଡାକ୍ତରଖାନାର ଗେଟ୍ ବାହାରେ ଶିଶୁକୁ ଜନ୍ମ ଦେଇଥିଲେ। ଏପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦାୟିତ୍ୱରେ ଅବହେଳା ଦର୍ଶାଇ ତିନି ଜଣ ରେସିଡେଣ୍ଟ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button