ରାଜ୍ୟ

୩୦କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ – Ibnodisha

[ad_1]

କନ୍ଧମାଳ : କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ତାଲାରିମାହା ପଞ୍ଚାୟତର ଜବେଡି ଠାରେ ସ୍ଥାନୀୟ ପୁଲିସ୍ ଏସ୍‌ଆଇ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ପାଟ୍ରୋଲିଙ୍ଗ୍ କରୁଥିବା ବେଳେ ଫିରିଙ୍ଗିଆ ଠାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ ମାରୁତି ସୁଜୁକି (ଓଡି ୦୨ ସିଏନ୍‌ ୦୪୩୩)କୁ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ କରି ଜାଞ୍ଚ କରିଥିଲେ। ଯାଞ୍ଚ ପରେ ସେଥିରୁ ୩୦ କିଲେ ୩୦୦ଗ୍ରାମ୍ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ସେହି କାର ଜବତ କରି ଘୁ ଉଦୟଗିରି ଥାନାକୁ ଆଣିଥିଲେ ଓ ଅଧିକ ଯାଞ୍ଚ୍ କରିଥିଲେ। ପ୍ରାପ୍ତ ସୂଚନା ଆନୁସାରେ ଫିରିଙ୍ଗିଆ କାଳିପୂଜା ସାହିର ଅଭୟ ପର୍ଶୁରାମ ମହାରଣା ନାମକ ବ୍ୟକ୍ତି ସୁଜୁକି ସିଲେରିଓ କାର ଦ୍ଵାରା ଫିରିଙ୍ଗିଆ ଅଞ୍ଚଳରୁ ଭଞ୍ଜନଗର ଆଡ଼କୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ପୁଲିସ ପକ୍ଷରୁ ସୂଚନା ରହିଛି। ଅଭିଯୁକ୍ତ ପାଖରୁ ପୁଲିସ ଦୁଇଟି ମୋବାଇଲ ଓ ଦୁଇଟି ଏଟିଏମ୍ କାର୍ଡ ମଧ୍ୟ ଜବତ କରିଥିବା ସୂଚନା ରହିଛି। ପୁଲିସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରି ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ ତଦନ୍ତ ଭାର ନେଇ ଅଧିକ ତଦନ୍ତ କରି ଆଜି ଅଭିଯୁକ୍ତର ଡାକ୍ତରୀ ମାଇନା କରି ବାଲିଗୁଡା କୋର୍ଟକୁ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button