ରାଜ୍ୟ

ବିଷପାନ କରିଥିବା ବ୍ୟକ୍ତିଙ୍କୁ ଘରୋଇ ଉପାୟରେ କିପରି ବଞ୍ଚାଇପାରିବେ, ଜାଣି ରଖନ୍ତୁ କିଛି ଟିପ୍ସ

ମଣିଷ ମାନସିକ ସ୍ଥିତି ହରାଇ ବସିଲେ ଆତ୍ମହତ୍ୟା ପରି ପଥ ବାଛି ନେଇଥାଏ। କେହି କେହି ମାନସିକ ଭାରସାମ୍ୟ ହରାଇ ବିଷପାନ ଉଦ୍ୟମ କରିଥାନ୍ତି। ତେବେ ବିଷପାନ କରିଥିବା ଲୋକଙ୍କୁ ଡାକ୍ତରଖାନା ନେବା ତ ନିହାତି ଜରୁରୀ। ମାତ୍ର ଯେ ପର୍ଯ୍ୟନ୍ତ ରୋଗୀଟିଏ ଡାକ୍ତରଖାନାରେ ନ ପହଞ୍ଚିଛନ୍ତି ସେ ପର୍ଯ୍ୟନ୍ତ ଘରୋଇ ଉପଚାର ଜାରି ରଖିଲେ ହୁଏତ ଜୀବନ ବଞ୍ଚିଯାଇପାରିବ। ଜାଣନ୍ତୁ କ’ଣ କରିବେ…

salt

ଲୁଣ : କେହି ବିଷ ପିଇଥିବା ଜାଣିଲେ ପ୍ରଥମେ ଗୋଟିଏ ଗ୍ଲାସ ପାଣିରେ ମୁଠାଏ ଲୁଣ ପକାଇ ରୋଗୀଙ୍କୁ ପିଆଇ ଦିଅନ୍ତୁ। ଫଳରେ ଓକାର ଆସି ବାନ୍ତି ହୋଇଯିବ। ଏଥିରେ ପେଟ ଭିତରେ ଯାହା ଥିବ ବାହାରି ଆସିବ। ରୋଗୀ ସାମାନ୍ୟ ଆଶ୍ୱସ୍ତ ଲାଭ କରିବ।

mustard

ସୋରିଷ : କଞ୍ଚା ସୋରିଷକୁ ବାଟି ଏହାର ପାଣି ବିଷ ପିଇଥିବା ରୋଗୀକୁ ପିଆଇଲେ ମଧ୍ୟ ବାନ୍ତି ହୋଇଥାଏ। ମୁଠାଏ ସୋରିଷକୁ ଭଲ ଭାବରେ ବାଟି ଦିଅନ୍ତୁ। ତାକୁ ପାଣିରେ ମିଶାଇ ରୋଗୀକୁ ପିଆନ୍ତୁ। ଏହା ଫଳରେ ପେଟ ସଫା ହେବାରେ ସହାୟକ ହୋଇଥାଏ। ଫଳରେ ଡାକ୍ତରଖାନାରେ ପହଞ୍ଚିବା ପରେ ଚିକିତ୍ସା ସହଜ ହୋଇଥାଏ।

surf

ସର୍ଫ ପାଣି : ବିଷପାନ କରିଥିବା ରୋଗୀକୁ ଡାକ୍ତରଖାନା ନେବା ପୂର୍ବରୁ ସର୍ଫକୁ ପାଣିରେ ଗୋଳାଇ ପିଆଇ ଦେଲେ ବାନ୍ତି ହୋଇଯିବ। ଫଳରେ କିଛି ବିଷ ବାନ୍ତି ଆକାରରେ ବାହାରିଯିବ। ରୋଗୀକୁ ଆରାମ ଲାଗିବ। କିନ୍ତୁ ମନେ ରଖନ୍ତୁ ଘରୋଇ ଚିକିତ୍ସା କଲେ ମଧ୍ୟ ଡାକ୍ତରଖାନା ନେବାରେ ହେଳା କରିବେ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button