ରାଜ୍ୟ

ଭରତପୁର ଥାନା ଘଟଣା; ସତ୍ୟପାଠ ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏହାରି ଭିତରେ ତଦନ୍ତ କମିଶନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ଗଠିତ କମିଟି ତଦନ୍ତ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡିତ ଥିବା ସମସ୍ତଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ମେଜର ଓ ତାଙ୍କ ବାନ୍ଧବୀଙ୍କ ସମେତ ଭରତପୁର ଥାନାର ନିଲମ୍ବିତ ଥାନା ଅଧିକାରୀ ଏବଂ ନିଲମ୍ବିତ ଅନ୍ୟ ପୁଲିସ ଅଧିକାରୀଙ୍କ ସତ୍ୟପାଠ ଦାଖଲ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହାସହିତ ସାଧାରଣ ଲୋକ, ବୃଦ୍ଧିଜୀବୀମାନେ ଚାହିଁଲେ ବି ଏହି ଘଟଣାରେ ସତ୍ୟପାଠ ଦାଖଲ କରିପାରିବେ। ଆଜିଠୁ ୨୧ଦିନ ଧରି ଏହି ସତ୍ୟପାଠ ଦାଖଲ ପ୍ରକ୍ରିୟା ଜାରି ରହିବ। ସତ୍ୟପାଠ ଦାଖଲ ହୋଇ ସାରିବା ପରେ କମିଶନ ପକ୍ଷରୁ ନୋଟିସ୍‌ କରାଯାଇ ଅଧିକ ତଦନ୍ତ ଆରମ୍ଭ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button