ରାଜ୍ୟ
ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଲୋକର୍ପଣ କରାଯାଉଛି: ନରସିଂହ – Ibnodisha

[ad_1]
ଭୁବନେଶ୍ୱର: ସୁକତେଲ ପ୍ରକଳ୍ପ ଲୋକାର୍ପଣ ସମାରୋହରେ ଧୋଇଦେଲେ ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଂଚରେ ନରସିଂହ ମିଶ୍ରଙ୍କ ଧୂଲେଇ । ସେ କହିଛନ୍ତି, ଅସମ୍ପୂର୍ଣ୍ଣ ଅପ୍ରକଳ୍ପକୁ ଲୋକର୍ପଣ କରାଯାଉଛି । ୨୦୦୧ରେ ମୁଖ୍ୟମନ୍ତ୍ରୀ ଶୁଭ ଦେବାକୁ ଆସିଥିଲେ, ଦୂରରୁ ନଡିଆ ପିଟିଲେ । ଲୋକଙ୍କ ବିରୋଧ ଯୋଗୁଁ ଏଠାକୁ ନଆସି ଦୂରରୁ ନଡିଆ ପିଟିଥିଲେ । ୨୩ ବର୍ଷ ହୋଇଗଲାଣି, କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରିଲାନି । ଆଜି ଅସଂପୂର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ କରାଯାଉଛି । ପ୍ରକଳ୍ପ ସମ୍ପୂର୍ଣ୍ଣ କରି ଉଦଘାଟନ କରିଥିଲେ ଭଲ ହୋଇଥାନ୍ତା । ଉଦ୍ଘାଟନ ମାନେ ସୁଇଚ୍ ଟିପିଲେ ଖଳ ଖଳ ପାଣି ବାହାରିବା କଥା । ଆଜି ସୁଇଚ୍ ଟିପିଲେ ଯଦି ପାଣି ନବାହାରେ ଲୋକେ କଳା ବୋଳିବେ । ୨୦୦୬ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସବୁ ବ୍ଲକରେ ୩୫% ଜଳସେଚନ, ୨୦୧୧ ସୁଦ୍ଧା ସବୁ ବ୍ଲକକୁ ଜଳସେଚନ କଥା କହିଥିଲେ, ତାହା ଆଜିଯାଏଁ ହୋଇପାରିନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର ।
[ad_2]