ରାଜ୍ୟ

ଅଦିନିଆ ରଥଯାତ୍ରାରୁ ଓହରିଲା ଇସ୍କନ୍

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବିରୋଧରେ ସ୍ଵର ତୀବ୍ର ହେବା ପରେ ଏଭଳି ଶାସ୍ତ୍ର ବିରୋଧୀ ନିଷ୍ପତ୍ତିରୁ ଓହରି ଯାଇଛି ଇସ୍କନ୍। ଆଗାମୀ ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ରଥଯାତ୍ରା ଆୟୋଜିତ ହେବାର ଥିଲା। ହେଲେ ବର୍ତ୍ତମାନ ରଥଯାତ୍ରା ପରିବର୍ତ୍ତେ ଗୌର ନିତାଇ ସଙ୍କୀର୍ତ୍ତନ ଯାତ୍ରା କରାଯିବ।

ଇସ୍କନ ଭକ୍ତମାନେ ସେଥିରେ ହରେକୃଷ୍ଣ ନାମ ସମତେ ଶ୍ରୀଚୈତନ୍ୟଙ୍କ ଭଜନ ଗାନ କରିବେ। ଇସ୍କନ ପରିଚାଳନା ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଭୁବନେଶ୍ଵର ଶାଖାର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି।

ତେବେ ଇସ୍କନର ଅଦିନିଆ ରଥଯାତ୍ରା ବିରୋଧରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବାରମ୍ବାର ଆଲୋଚନା ସମେତ ଚିଠି ଲେଖି ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ସେ ପରାମର୍ଶ ଦେବା ପରେ ମଧ୍ୟ ଇସ୍କନ ନିଜ ଜିଦରେ ଅଟଳ ଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗଜପତି ମହାରାଜା ଚେତାବନୀ ଦେଇଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button