ରାଜ୍ୟ

ପଦ୍ମ ଧରିଲେ ସୁନନ୍ଦା ଦାସ

ଭୁବନେଶ୍ବର : ପଦ୍ମ ଧରିଲେ ସୁନନ୍ଦା। ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁନନ୍ଦା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିିତିରେ ସାମିଲ ହୋଇଥିବା ସୂଚନା ମିଳିଛି। ସୁନନ୍ଦା ୨୦୧୯ ମସିହାରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟିକା ହୋଇଥିଲେ।

୨୦୨୪ ନିର୍ବାଚନରେ ସୁନନ୍ଦାଙ୍କୁ ବିଜେଡିରୁ ଟିକେଟ୍ ମିଳିନଥିଲା। କିଛି ଦିନ ପୂର୍ବରୁ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button