ରାଜ୍ୟ

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶିଶୁବଦଳ ମାମଲା: ବାପା କହୁଥିଲେ ପୁଅ, ଡିଏନ୍‌ଏ କହିଲା ଝିଅ – Ibnodisha

[ad_1]

ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ହୋଇଥିବା ଶିଶୁବଦଳ ଅଭିଯୋଗ ମାମଲାରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିବା ପରେ ଅଭିଯୋଗକାରୀଙ୍କ ସନ୍ଦେହ ଦୂର ହୋଇଛି। ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପତ୍ନୀ ପୁଅ ଜନ୍ମ ଦେଇନଥିଲେ, ତାଙ୍କର ଝିଅ ହୋଇଥିଲା। ରିପୋର୍ଟ ଆସିବା ପରେ ପ୍ରାଣକୃଷ୍ଣଙ୍କ ପତ୍ନୀ ଝିଅକୁ ଗ୍ରହଣ କରିଛନ୍ତି। ଏମିତିରେ ସେ ପୂର୍ବରୁ ବି ଝିଅ ହୋଇଛି ବୋଲି ମାନିଥିଲେ ଏବଂ ସେଥିପାଇଁ ଖୁସି ଥିବା‌ ସୂଚନା ଦେଇଥିଲେ।

ସେପ୍ଟେମ୍ବର ୨୬ ତାରିଖ ଦିନ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏହି ଘଟଣାକୁ ନେଇ ତୁମ୍ବିତୋଫାନ ହୋଇଥିଲା। ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀ ଏକ ପୁଅ ଜନ୍ମ ଦେଇଛନ୍ତି ବୋଲି ଜଣେ ମହିଳା ଆଟେଣ୍ଡାଣ୍ଟ କହିଦେଇଥିଲେ। କିନ୍ତୁ ପରେ ତାଙ୍କୁ ଝିଅ ହସ୍ତାନ୍ତର କରାଯାଇଥିଲା। ଠିକ ସେହି ସମୟରେ ଅନ୍ୟ ଜଣେ ମହିଳା ପୁଅ ଜନ୍ମ ଦେଇଥିଲେ। ତେଣୁ ମହିଳା ଆଟେଣ୍ଡାଣ୍ଟଙ୍କ କଥାକୁ ଧରି ପ୍ରାଣକୃଷ୍ଣ ଅଡ଼ି ବସିଥିଲେ। ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ କରାଯାଇଛି ବୋଲି ଅଭିଯୋଗ କରି ପ୍ରାଣକୃଷ୍ଣ କ୍ୟାପିଟାଲ୍‌ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ତଦନ୍ତ ଆରମ୍ଭ ହେଲା ଏବଂ ମାମଲାର ସମାଧାନ ପାଇଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା ଥିଲା ଡିଏଡ଼୍‌ଏ ଟେଷ୍ଟ। ଏହା ଭିତରେ ହସ୍ପିଟାଲ କର୍ତ୍ତୃପକ୍ଷ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବନ କରିଥିଲେ। ଡିଏନ୍‌ଏ ପରୀକ୍ଷା ପାଇଁ କୋର୍ଟଙ୍କ ଅନୁମତି ମିଳିବା ପରେ ଗତ ସୋମବାର ଦିନ ମା’ ଓ ନବଜାତ ଶିଶୁକନ୍ୟାର ରକ୍ତ ନମୁନା ସଂଗ୍ରହ କରାଯାଇ ଲାବ୍‌କୁ ପଠାଯାଇଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button