ରାଜ୍ୟ

ବାପା ଓ ମା’ଙ୍କୁ ସମ୍ମାନ ଦେଲେ ଆଗକୁ ବଢ଼ି ପାରିବେ: ବିଧାୟକ – Ibnodisha

[ad_1]

ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ

ଜୟପୁର: ଜନ୍ମ ଦେଇଥିବା ବାପା ଓ ମା ଖରା, ବର୍ଷା, ଶୀତ କାକର ସହି  ଅନେକ ଝଡଝଂଞାକୁ ସମ୍ମୁଖୀନ ହୋଇ ପିଲାଙ୍କୁ ବଡ଼ କରିଥାନ୍ତି। ସେମାନଙ୍କ ଦାବି ମୁତାବକ ସବୁ ଦିଅନ୍ତି। ସେଭଳି ବାପା, ମା’ଙ୍କୁ ସମ୍ମାନ ଦେଉନଥିବା ପୁଅ ଓ ଝିଅ କେବେ ବି ଆଗକୁ ଯାଇ ପାରିବେ ନି ବୋଲି ଅର୍ନ୍ତଜାତୀୟ ବୟୋଜ୍ୟେଷ୍ଠ ଦିବସରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ କହିଛନ୍ତି।

ଜୟପୁର ସିଟିଜେନ୍ କମିଟି ପକ୍ଷରୁ ନିଜସ୍ବ କୋଠା ପରିସରରେ ଆୟୋଜିତ ଉତ୍ସବରେ କମିଟିର ସଭାପତି ମୀନକେତନ ଦାଶ ସଭାପତିତ୍ବ କରିଥିଲେ। ବରିଷ୍ଠନାଗରିକମାନେ ସାହି ୱାରୀ ଗୃପ ଗଠନ କରି ସହରରେ ଥିବା ୨୮ଟି ଯାକ ୱାର୍ଡର ପାର୍କ ଗୁଡିକର ଦେଖାରଖାର ଦାୟିତ୍ବ ନେବାକୁ ଅନୁରୋଧ କରିଥିଲେ ବିଧାୟକ ଶ୍ରୀ ବାହିନୀପତି। ସିଟିଜେନ୍ କମିଟି ପକ୍ଷରୁ ଆଧ୍ୟତ୍ମିକ ଲାଇବ୍ରେରି ଆରମ୍ଭ କରାଯାଉ ସେ ସଂପୁର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ଯୋଗ ଦେଇ ସରକାର ବିଭିନ୍ନ ଯୋଜନା କରିଥିବା ସଂପର୍କରେ ସୂଚନା ଦେବା ସହ ପ୍ରଶାସନ ପକ୍ଷରୁ ସବୁ ବରିଷ୍ଠ ନାଗରିକଙ୍କର ସୁରକ୍ଷା ଦେବା ପ୍ରାଥମିକ କର୍ତ୍ତବ୍ୟ। ତେଣୁ ସମସ୍ତଙ୍କର ତାଲିକା ଓ ବିବରଣୀ ପ୍ରସ୍ତୁତ କରିବାକୁ କମିଟିକୁ ଅନୁରୋଧ କରିଥିଲେ। ଆଗାମୀଦିନରେ ସେ ପୁଲିସ,ପ୍ରଶାସନ ସହ ମିଳିତ ଭାବେ କମିଟି ସହ  ଏ ନେଇ ଆଲୋଚନା କରିବେ ବୋଲି କହିଥିଲେ। ଗ୍ରାମାଂଚଳରେ ବସବାସ କରୁଥିବା ବୟଜ୍ୟୋଷ୍ଠଙ୍କୁ ସହଯୋଗର ହାତ କମିଟି ବଢ଼ାଉବୋଲି ଉପଜିଲ୍ଲାପାଳ ଅନୁରୋଧ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ପୌରକାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ନାଗରିକ କମିଟି ଏବଂ ସଦସ୍ୟଙ୍କ ଉତ୍ତମ ମାର୍ଗଦର୍ଶନ ଯୋଗୁଁ ପ‌ୌରପାଳିକା ଆଗେଉଛି ଏବଂ ଆଗାମୀ ଦିନରେ ଏହି ଧାରା ଜାରୀ ରଖିବାକୁ ଅନୁରୋଧ କରିଥିଲେ। ସଂପାଦକ ଜି.ଭିରାଓ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ବୟୋଜ୍ୟେଷ୍ଠ ନାଗରିକଙ୍କ ମଧ୍ୟରୁ ବସନ୍ତ କୁମାରୀ ସାହୁ, ଅନୁସୂୟା ମିଶ୍ର, କାଂଚନ ମାଦଳା, ଶ୍ରୀରଙ୍ଗମ୍ ଶୁଭଲକ୍ଷ୍ମୀ, ଡାକ୍ତର ବିପିନ ଚନ୍ଦ୍ର ରଥ, ଙ୍କୁ ଉପଢ଼ୈକନ, ମାନପତ୍ର,ଓ ପୁଷ୍ପଗୁଛ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବସନ୍ତ କୁମାରୀ ସାହୁ ସିଟିଜେନ୍ କମିଟିକୁ ବରିଷ୍ଠ ନାଗରିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ୫୦ହଜାର ଟଙ୍କା ପ୍ରଦାନ କରିଥିଲେ। ମଂଚ ସଂଯୋଜନା ଶଙ୍କର ପ୍ରହରାଜ କରିଥିଲେ। ଶେଷରେ ଡ.ସୁରେଶ ଦାଶ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସିଟିଜେନ୍ କମିଟିର ଉପରମହଲାକୁ ବିଧାୟକ ଶ୍ରୀ ବାହିନୀପତି ଲୋକାର୍ପିତ କରିଥିଲେ।

 

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button