ରାଜ୍ୟ

୨ କିଲୋ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ – Ibnodisha

[ad_1]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ଯବାନମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀମାନେ ଷଡଯନ୍ତ୍ର କରିଥିଲେ। ମାଓବାଦୀମାନେ ମାଟି ତଳେ ଆଇଇଡି ବୋମା ଖଞ୍ଜିଥିବା ବେଳେ ବିଏସଏଫ ଯବାନଙ୍କ ଦ୍ବାରାକୁ ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରାଯାଇଛି। ସୂଚନା ଅନୁଯାୟୀ, ପାଖାଞ୍ଜୁର ଥାନା ଅନ୍ତର୍ଗତ କୋଏଲିବେଡା ଓ ସୁଲାଙ୍ଗି ରାସ୍ତାରେ ୨ କିଲୋଗ୍ରାମର ଆଇଇଡି ବୋମା ମାଟି ତଳେ ଖଞ୍ଜି ରଖିଥିଲେ। ବିଏସଏଫ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ସେଠାରେ ଆଇଇଡି ବୋମା ରହିଥିବା ନେଇ ଯବାନମାନେ ଯାଞ୍ଚ କରିବା ବେଳେ ଜାଣିବାକୁ ପାଇଲେ। ବୋମା ନିଷ୍କ୍ରିୟକାରୀ ଦଳ ଆସି ସେହି ବୋମାକୁ ନିଷ୍କ୍ରିୟ କରିଥିଲେ। ଏଥିରେ ଅପରେସନରେ କୌଣସି ଯବାନର କ୍ଷତି ନଥିବା ଜଣାପଡିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button