ଦେଶ

କାନାଡା ପ୍ରଧାମନ୍ତ୍ରୀ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି, ରବିବାର ରାତି ଦିଲ୍ଲୀରେ ରହିବେ – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଦୁଇଦିନିଆ ଗ୍ରୁପ୍ ଅଫ୍ ୨୦ ବୈଠକରେ ଯୋଗଦେବା ପାଇଁ ଭାରତ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ସେ ସ୍ବଦେଶ ଫେରିପାରିନାହାନ୍ତି । ଫଳରେ ତାଙ୍କୁ ଆଜି ଦିଲ୍ଲୀରେ ରହିବାକୁ ପଡ଼ିବ ।

ମିଳିଥିବା ସୂଚନା ଅନୁସାରେ ତାଙ୍କ ବିମାନରେ ହଠାତ୍ ବୈଷୟିକ ତ୍ରୁଟି ଦେଖାଦେଇଥିଲା। ଇଞ୍ଜିନିୟରିଂ ଟିମ୍ ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ କାନାଡା ପ୍ରତିନିଧି ଦଳ ଭାରତରେ ରହିବେ ବୋଲି ଜଣେ ଅଧିକାରୀ କହିଛନ୍ତି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଶୁକ୍ରବାର କାନାଡାର ଏକ ପ୍ରତିନିଧି ଦଳ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲା ।

ଆଜି ଜି-୨୦ ସମ୍ମିଳନୀର ୨ୟ ଦିନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଟ୍ରୁଡୋଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ମୋଦୀ ଖଲିସ୍ତାନ ପ୍ରସଙ୍ଗ ଉଠାଇ ଭାରତର ଚିନ୍ତା ସମ୍ପର୍କରେ ଜଣାଇଦେଇଥିଲେ । ଏହାର ଜବାବରେ ଟ୍ରୁଡୋ କହିଥିଲେ ଯେ ହିଂସା ରୋକିବା ଏବଂ ଘୃଣାକୁ ପଛକୁ ଠେଲିବାର ସମୟ ଆସିଛି। ମୁଁ ଭାବୁଛି ଏହି ସମୁଦାୟ ପ୍ରସଙ୍ଗରେ, ଏହା ମନେ ରଖିବା ଜରୁରୀ ଯେ କିଛି ଲୋକଙ୍କ କାର୍ଯ୍ୟ ସମଗ୍ର ସମ୍ପ୍ରଦାୟ କିମ୍ବା ସମଗ୍ର କାନାଡାର ପ୍ରତିନିଧିତ୍ୱ କରେ ନାହିଁ । ଏହାର ବିପରୀତ ଦିଗ ହେଉଛି ଆମେ ଆଇନର ଶାସନକୁ ସମ୍ମାନ ଦେବା ଉପରେ ବି ଗୁରୁତ୍ବ ଦେଇଥିଲୁ ଏବଂ ଆମେ ବିଦେଶୀ ହସ୍ତକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button