ଏଫୱାଇ୨୫ ଆରବିଆଇ ମୁଦ୍ରା ନୀତିର ମୁଖ୍ୟ ବିନ୍ଦୁ – Ibnodisha
[ad_1]
ନୂଆଦିଲ୍ଲୀ : ଲଗାତାର ସପ୍ତମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଏଥର ବି ରେପୋ ରେଟରେ କୌଣସି ପରିବର୍ତ୍ତନ କରିନି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ)। ଫଳରେ ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି(ଆରବିଆଇ କ୍ରେଡିଟ୍ ପଲିସି) ଘୋଷଣା କରିଛି। ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (ଏମପିସି)ର ଛଅ ଜଣିଆ ସଦସ୍ୟ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି। ଗତ ବର୍ଷ ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ ହୋଇଥିଲା। ଆରବିଆଇର ମୁଦ୍ରା ନୀତି କମିଟି (ଏମପିସି) ର ଦୁଇ ଦିନିଆ ସମୀକ୍ଷା ବୈଠକ ରେଟ୍ ସେଟିଂ ପ୍ୟାନେଲ୍ ଏପ୍ରିଲ୍ ୩ ରୁ ଆରମ୍ଭ ହୋଇ ଆଜି ଏପ୍ରିଲ୍ ୫ ରେ ଶେଷ ହୋଇଛି ।
ଆରବିଆଇ ଦ୍ୱାରା ନିଆଯାଇଥିବା କିଛି ପଦକ୍ଷେପ :
ସେହିପରି ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ୍ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ୭ ପ୍ରତିଶତରେ ରହିବା ନେଇ ଆକଳନ କରିଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଗତବର୍ଷ ଅଭିବୃଦ୍ଧି ୭.୬ ପ୍ରତିଶତ ରହିବା ନେଇ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା ଚଳିତଥର ଏହା କମ୍ ରହିଛି। ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏମପିସିରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କନଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ ରେଟ୍ ୪.୫ ପ୍ରତିଶତରେ ରହିବ ବୋଲି ଆରବିଆଇ ଆକଳନ କରିଛି। ଗତବର୍ଷ ଫେବୃଆରୀରୁ ଆରବିଆଇ ରେପୋ ରେଟକୁ ୬ ଦଶମିକ ୫ରେ ରଖିଛନ୍ତି ଅପରିବର୍ତ୍ତିତ। ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ୨ରୁ ୬ ପ୍ରତିଶତରେ ସୀମିତ ରଖିବା ଲାଗି ରିଜର୍ଭ ବ୍ଯାଙ୍କ ଏହି ପଦକ୍ଷେପ ନେଇଛନ୍ତି। ଗ୍ରାମାଞ୍ଚଳର ଚାହିଦା, ଏଫୱାଇ୨୫ ରେ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବାକୁ ଆଶା କରାଯାଉଛି । ମାର୍ଚ୍ଚ ୨୯ ସୁଦ୍ଧା ଭାରତର ଫରେକ୍ସ ଭଣ୍ଡାର ୬୪୫.୬ ବିଲିୟନ ଡ଼ଲାରରେ ପହଞ୍ଚିଛି ।
[ad_2]