ଅପରାଧ

ଚିକିତ୍ସା ପାଇଁ ଯାଇଥିବା ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କଲେ ଡାକ୍ତର – Ibnodisha

[ad_1]

ବିହାର: ଚିକିତ୍ସା ପାଇଁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କଲେ ଡାକ୍ତର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ବେଗୁସରାଇ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ । ତେବେ ମୃତକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଜଣେ ଗ୍ୟାଙ୍ଗଷ୍ଟର । ଡାକ୍ତର ଜଣକ ଏବଂ ତାଙ୍କର ଜଣେ କର୍ମଚାରୀ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଗ୍ୟାଙ୍ଗଷ୍ଟର ଚନ୍ଦନଙ୍କର ଅନେକ ଅନୁଗାମୀ ଡାକ୍ତରଖାନା ସମେତ ପାଖଆଖରେ ଥିବା କେତେକ ଚାଳଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ସୂଚନା ଅନୁଯାୟୀ, ଚନ୍ଦନ କୁମାର ଚିକିତ୍ସା ପାଇଁ ରୂପନଗର ଗାଁର ରିୟା ହସ୍ପିଟାଲକୁ ଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିବା ପାଇଁ ମନା କରିଦେଇଥିଲେ ।

ତେବେ ଏହି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ଡାକ୍ତର ଏବଂ ତାଙ୍କର ଜଣେ ସହକର୍ମୀ ଚନ୍ଦନଙ୍କୁ ଖୁବ ମାଡ଼ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଚନ୍ଦନଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସମର୍ଥକଙ୍କ କହିବାନୁସାରେ, ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ । ଏପରିକି ଚନ୍ଦନଙ୍କୁ ହତ୍ୟା କରିବା ପାଇଁ ଧାରୁଆ ଜିନିଷ ମଧ୍ୟ ବ୍ୟବହାର କରିଥିଲେ । ତେବେ ଅଭିଯୁକ୍ତ ଡାକ୍ତର ଅଜିତ ପାସୱାନ ବୋଲି ଜଣାପଡିଛି । ତେବେ ଏ ବାବଦରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ଡିଏସପି ଅମିତ କୁମାରଙ୍କ ଅଧୀନରେ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଏହି ଘଟଣାରେ ସମ୍ପୃକ୍ତ ଡାକ୍ତର ଏବଂ ତାଙ୍କର ସହକର୍ମୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଅଧିକାରୀ ଜଣକ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button