ଦେଶ

ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଇନସେବାରେ ପରିବର୍ତ୍ତନ ଆବଶ୍ୟକ – Ibnodisha

[ad_1]

ନୂଆଦିଲ୍ଲୀ: ଆମର ନ୍ୟାୟିକ ବ୍ୟବସ୍ଥାରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ହେଉଛି ଗୁରୁତ୍ୱପୂର୍ଣ୍ଣ । ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ୧୯୯୫ ମସିହା ନଭେମ୍ବର ୯ ତାରିଖରୁ ଆରମ୍ଭ କରି ପ୍ରତିବର୍ଷ ଏହି ଦିନକୁ ‘ଜାତୀୟ ଆଇନ ସେବା ଦିବସ ‘ଭାବେ ପାଳନ କରାଯାଉଛି । ଏହି ଦିନ ବିଭିନ୍ନ ସ୍ଥାନରେ ଆଇନଗତ ସଚେତନତା ଶିବିର ଅନୁଷ୍ଠିତ ହୋଇଥାଏ । ମାଗଣା ଆଇନ ସହାୟତା ଉପଲବ୍ଧତା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଦେଶବ୍ୟାପୀ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଛି । ୧୯୯୫ ମସିହା ନଭେମ୍ବର ୯ ତାରିଖରେ ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ ଗୃହୀତ ହୋଇଥିଲା । ଏଦି ଦିନକୁ ସ୍ମରଣୀୟ କରିବା ସହ ଦେଶବାସୀଙ୍କ ମଧ୍ୟରେ ଆଇନ ସଚେତନତାର ପ୍ରଚାର ପ୍ରସାର ପାଇଁ ପ୍ରତି ବର୍ଷ ‘ଜାତୀୟ ଆଇନ ସେବା ଦିବସ’ ପାଳିତ ହୋଇଆସୁଛି । ବିଶେଷ କରି ଦଳିତ, ମହିଳା, ଭିନ୍ନକ୍ଷମ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପରି ସମାଜର ଅନଗ୍ରସର ଲୋକଙ୍କ ମଧ୍ୟରେ ଆଇନଗତ ସଚେତନତା ନଥିବା ଦେଖିବାକୁ ମିଳିଥାଏ ।

ତେଣୁ ସେମାନଙ୍କୁ ସେମାନଙ୍କ ଅଧିକାର ଓ ମାଗଣା ଆଇନ ସେବା ସମ୍ପର୍କରେ ଅବଗତ କରାଯାଇଥାଏ । ଭାରତର ସମ୍ବିଧାନର ଧାରା ୩୯ଇ ଅନୁସାରେ, ଯେକୌଣସି ପୃଷ୍ଠଭୂମିରୁ ଆସିଥା’ନ୍ତୁ ନା କାହିଁକି, ତାଙ୍କର ପରିଚୟ ଯାହା ହେଉ ନା କାହିଁକି, ପ୍ରତ୍ୟେକଙ୍କୁ ମାଗଣା ଆଇନ ସେବା ସହାୟତା ମିଳିପାରିବ ବୋଲି ଏହି ଦିବସ ସମସ୍ତଙ୍କୁ ମନେ ପକାଇ ଦେଇଥାଏ । ବିଭିନ୍ନ ସ୍ଥାନରେ ଲୋକ ଅଦାଲତ ଆୟୋଜନ ମାଧ୍ୟମରେ ପଡ଼ିରହିଥିବା ମାମଲା ଗୁଡ଼ିକର ଆଶୁ ସମାଧାନ, ନ୍ୟାୟିକ ପ୍ରକ୍ରିୟା ବାବଦରେ ସଚେତନତାର ପ୍ରସାର ଏବଂ ଆଇନ ସହାୟତା ଶିବିର କରି ବିପନ୍ନଙ୍କ ପାଖରେ ସିଧାସଳଖ ସହାୟତା ପହଞ୍ଚାଯାଉଛି । ଚଳିତବର୍ଷ ଏହି ‘ଆଇନ ସଚେତନତା ମାଧ୍ୟମରେ ନିଷ୍ପେଷିତ ଶ୍ରେଣୀର ସଶକ୍ତୀକରଣ’ ହେଉଛି ଚଳିତ ବର୍ଷର ଥିମ୍ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button