ଆଶ୍ରମ ସ୍କୁଲରେ ଛାତ୍ରୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…. – Ibnodisha
[ad_1]
ନବରଙ୍ଗପୁର: ସ୍କୁଲ୍ ଭିତରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ । ଏହି ପାଶବିକତା ଘଟାଇଥିବା ସୈତାନ ଆଉ କେହି ନୁହନ୍ତି, ଖୋଦ୍ ସ୍କୁଲର ଶିକ୍ଷକ । ନବରଙ୍ଗପୁର ଜିଲ୍ଲାର ଏକ ଆଶ୍ରମ ସ୍କୁଲ୍ରୁ ଏଭଳି ଅମାନୁଷିକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳ ସ୍ଥିତ ଏକ ଆଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଇ ଜଣ ଶିକ୍ଷକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ବାପାମାଆ କୁନ୍ଦେଇ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଦୁଇ ଶିକ୍ଷକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏବେ ପୀଡିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, “ଶିକ୍ଷା ବିଭାଗ ପାଖରେ ଏ ସମ୍ପର୍କିତ କୌଣସି ଖବର ନାହିଁ । ଯଦି ଅଭିଯୋଗ ଆସେ ତାହେଲେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ନବରଙ୍ଗପୁର ଜିଲ୍ଲାରେ କିଛି ବର୍ଷ ବ୍ୟବଧାନରେ ପୁଣି ଏପରି ଆଶ୍ରମ ବିଦ୍ୟାଳୟ ନିର୍ଯାତନା ଅଭିଯୋଗ ଆସିଛି । ବାପାମାଆଙ୍କ ପରେ ଗୁରୁ-ଶିଷ୍ୟର ସମ୍ପର୍କ ସବୁଠୁ ପବିତ୍ର କୁହାଯାଏ ।
ହେଲେ ଏହି ପବିତ୍ର ସମ୍ପର୍କରେ କଳଙ୍କର ଦାଗ ଲଗାଇଛନ୍ତି ନବରଙ୍ଗପୁରର ଦୁଇ ଶିକ୍ଷକ । ଗୁରୁ ରୂପୀ ଦୁଇ ସୈତାନ ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ନିରୀହ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ସମସ୍ତଙ୍କୁ ହତବାକ୍ କରିଦେଇଛି । ପୋଲିସ ଅଟକ ରଖିଥିବା ଦୁଇ ଜଣ ଶିକ୍ଷକ ସେହି ଆଶ୍ରମ ସ୍କୁଲ୍ର ସୁରେନ୍ଦ୍ର ବିଶ୍ୱାସ ଓ କେଶବ ମାଝୀ ବୋଲି ଜଣା ପଡ଼ିଛି । ଉଭୟଙ୍କୁ ଏବେ ପଚରାଉଚରା ଜାରି ରଖିଛି ପୋଲିସ । ସେପଟେ ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁର । ଜିଲ୍ଲାର ଅଧିକାଂଶ ଲୋକେ ଆଦିବାସୀ ହୋଇଥିବା ବେଳେ ଏଠାରେ ଗରିବ ଶ୍ରେଣୀର ବ୍ୟକ୍ତି ବିଶେଷ ପିଲାଙ୍କୁ ଭବିଷ୍ୟତ ଗଢ଼ିବା ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଆଶ୍ରମ ବିଦ୍ୟାଳୟରେ ଛାଡ଼ି ଥାଆନ୍ତି । ହେଲେ ଏଭଳି ସ୍କୁଲ୍ରେ କେତେକ ଶିକ୍ଷକ ନିଜ ଧର୍ମକୁ ଭୁଲି କୁକର୍ମ କରିବାକୁ ପଛାଉ ନଥିବା ନଜିର ରହିଛି । ରାଇଘର ଥାନା ଅଞ୍ଚଳରେ ବି ଏଭଳି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି ।
[ad_2]