ଅପରାଧ

ତ୍ରୀକୋଣୀୟ ପ୍ରେମର କରୁଣ ପରିଣତି, ବଡ ଭାଇକୁ ମାରି ଝୁଲାଇ ଦେଲା ସାନ ଭାଇ – Ibnodisha

[ad_1]

ନୂଆଦିଲ୍ଲୀ: ଦିଅର ହେବ କହି ଭାଇର ପ୍ରେମିକାକୁ ଫୋନ୍ କରି କ୍ରମେ ତାକୁ ପ୍ରେମ କରିବା ଓ ବାହା ହେବାକୁ ମନବଳାଇ ଜଣେ ସାନଭାଇ ତା’ର ବଡ଼ଭାଇକୁ ହତ୍ୟା କରି ଗିରଫ ହୋଇଥିବା କଥା ପୁଲିସ କହିଛି। ଘଟଣାଟି ଉତ୍ତର ପ୍ରଦେଶ ରାଜ୍ୟର ବେଉଲି ଗ୍ରାମରେ ଘଟିଛି। ଅକ୍ଟୋବର ୧୭ ତାରିଖ ସନ୍ଧ୍ୟା ବେଳେ ୨୨ ବର୍ଷିୟ ନିତିନ ଗାଁରୁ ନିଖୋଜ ହୋଇଯାଇଥିଲେ। ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୯ ତାରିଖ ଦିନ ଗାଁଠାରୁ କିଛି କିଲୋମିଟର୍ ଦୂରରେ ଥିବା ନିକାଞ୍ଚନ ସ୍ଥାନରେ ଥିବା ଗୋଟାଏ ଗଛରେ ତା’ର ଶବକୁ ଫାଶୀ ଦେବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ଘଟଣାସ୍ଥଳରେ ସ‌ାଲୋନ୍ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଜାଣିଲା ଯେ, ଅଧାରୁଆ ଅସ୍ତ୍ରରେ ନିତିନକୁ ପିଟି ହତ୍ୟା କରାଯାଇଛି। ତଦନ୍ତକାରୀଙ୍କୁ ବିଭ୍ରାନ୍ତ କରାଇବା ପାଇଁ ତା’ର ଶବକୁ ଗଛରେ ଫାଶୀ ଦେବା ଭଳି ଝୁଲାଇ ଦିଆଯାଇଛି।
ନିତିନ ପ୍ରତି କେହି ଆକ୍ରୋଶ ରଖିଥିବା କିଂବା ଏଭଳି ଚରମ ପଦକ୍ଷେପ ନେବା ଭଳି ଘଟଣା ମଧ୍ୟ ଘରେ ଘଟି ନ ଥିବାରୁ ପରିବାର ଲୋକେ କ‌ୌଣସି କାରଣ ଜାଣି ପାରୁ ନ ଥିଲେ ବୋଲି ସାଲୋନ୍ ଥାନା ଅଧିକାରୀ ଶ୍ୟାମ ପାଲ୍ କହିଛନ୍ତି।
ନିତିନଙ୍କ ବାପା ଦୟାରାମଙ୍କ କହିବା ଅନୁସାରେ, ପାଖ ଗାଁରେ ଜଣେ ଝିଅ ସହିତ ତା’ର ବାହାଘର ସ୍ଥିର ହୋଇଥିଲା। ୧୭ ତାରିଖ ସନ୍ଧ୍ୟାବେଳେ ସେ ଡ୍ରାଇଭର୍ କାମ କରୁଥିବା ତା’ର ସାନଭାଇ ନାନ୍‌କୁ ଓରଫ୍ ଲଲ୍ଲାନ୍ ସହିତ ଘରୁ ବାହାରକୁ ଯାଇଥିଲା। ଦୟାରାମଙ୍କର ଏହି କଥାକୁ ନେଇ ଆମକୁ ତଦନ୍ତର ଖିଅ ମିଳିଗଲା। କିନ୍ତୁ, ଲଲ୍ଲାନ୍ ମଧ୍ୟ ଭାଇଙ୍କ ଆତ୍ମହତ୍ୟା ବା ହତ୍ୟା ବିଷୟରେ କିଛି ଜାଣି ନ ଥିବା କହିଲା।
ଶେଷରେ କଥା ଯାଇ ପହଞ୍ଚିଲା ମୁମ୍ବାଇରେ। ସେଠାରେ ନିତିନ ରାଜମିସ୍ତ୍ରୀ କାମ କରୁଥିଲା। ସେଠାକାର ଜଣେ ଝିଅ ସହିତ ନିତିନ ଗତ ଦୁଇ ସପ୍ତାହ ହେବା ଅଧିକାଂଶ ସମୟରେ ଫୋନ୍‌ରେ କଥାବାର୍ତ୍ତା କରୁଥିଲା। ସେ ଝିଅକୁ ପଚାରିବାରୁ ସେ ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ କଥାବାର୍ତ୍ତା କରିବା ବେଳେ ନିତିନର ସେଭଳି କୌଣସି ହାବଭାବ ଜଣାପଡୁ ନ ଥିଲା ବୋଲି କହିଲା।
ଶେଷରେ ପୁଲିସ ପୁଣି ଥରେ ସାନଭାଇ ଲଲ୍ଲାନକୁ ଡକାଇ ଜେରା କଲା। ତା’ର ଫୋନ୍ ଯାଞ୍ଚ୍ କରିବାରୁ ଜଣାପଡ଼ିଲା, ସେଥିରୁ ସମସ୍ତ ‘ରିସେଣ୍ଟ୍ କଲ୍ ଲଗ୍‌’, ‘କଲ୍ ରେକର୍ଡିଙ୍ଗ୍‌’, ‘ଚାଟ୍‌’ ଓ ‘ମେସେଜ୍‌’ ଡିଲିଟ୍ କରାଯାଇଛି। ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର୍ ନିକଟରୁ ସେ ସବୁ ଅଣାଯିବା ପରେ କଥା ସ୍ପଷ୍ଟ ହୋଇଗଲା ଯେ, ବଡ଼ଭାଇ ପ୍ରେମ କରୁଥିବା ମୁମ୍ବାଇର ସେ ଝିଅକୁ ଲଲ୍ଲାନ ବି ପ୍ରେମ କରୁଥିଲା ଓ ତାକୁ ବାହା ହେବା ପାଇଁ ବ୍ୟାକୁଳ ହେଉଥିଲା।
ଅପରାଧ ସ୍ବୀକାର କରି ଲଲ୍ଲାନ କହିଲା, ସେ ୧୯ ବର୍ଷୀୟ ଝିଅର ବାପା ଦିଲ୍ଲୀରେ ନିର୍ମାଣ ଶ୍ରମିକ ଭାବେ କାର‌୍ୟ୍ୟ କରୁଥିବା ବେଳେ ସପରିବାର ଦିଲ୍ଲୀରେ ରହୁଥିଲେ। ଭାଇ ନିତିନଠାରୁ ସେ ଝିଅର ଫୋନ୍ ନମ୍ବର ନେଇ ଲଲ୍ଲାନ୍ ତାକୁ ଫୋନ୍ କରି ଦିଅର ବୋଲି ପରିଚୟ ଦେଇଥିଲା। ସମୟକ୍ରମେ ଉଭୟଙ୍କର ସମ୍ପର୍କ ନିବିଡ଼ ହେଲା। କିନ୍ତୁ, ସେ ଝିଅ ନିତିନ ସହିତ ମଧ୍ୟ ପୂର୍ବପରି ସମ୍ପର୍କ ବଜାୟ ରଖିଲା। ଜେରା କରିବା ପାଇଁ ପୁଲିସ ସେ ଝିଅକୁ ଡକାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button