ରାଜ୍ୟ

ବୃଦ୍ଧା ପତ୍ନୀଙ୍କୁ କାନ୍ଧରେ ବୋହି ଡାକ୍ତରଖାନା ନେଲେ ବୃଦ୍ଧ – Ibnodisha

[ad_1]

ପୁରୀ: ଅସୁସ୍ଥ ଥିବା ନିଜ ବୃଦ୍ଧା ପତ୍ନୀଙ୍କୁ ପିଠିରେ ବୋହି ଜଣେ ବୃଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାଳମାଳ ରୋଗୀ ସହାୟକ ଡାକ୍ତରଖାନାରେ ନିଯୁକ୍ତ ହୋଇଥିଲେ ବି କେହି ତାଙ୍କୁ ସହାୟତା କରିନଥିଲେ କିଂବା ଷ୍ଟ୍ରେଚର୍‌ ଅବା ହ୍ବିଲ୍‌ ଚେୟାର୍‌ ଦେଇନଥିଲେ। ମିଳିଥିବା ସୂଚନା ମୁତାବକ, ଗତକାଲି ମଧ୍ୟପ୍ରଦେଶ ସେହୋରର ଭାଉ ସିଂହ(୭୦) ପତ୍ନୀ କାଲା ବାଇ(୬୫)ଙ୍କୁ ଗୋଡ଼ ଯନ୍ତ୍ରଣା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଗାଡ଼ିରେ ପହଞ୍ଚିବା ପରେ ସେ ଆଉଟ୍‌ଡୋର୍‌ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନଙ୍କୁ ହ୍ବିଲ୍‌ ଚେୟାର୍‌ ଅବା ଷ୍ଟ୍ରେଚର୍‌ ଯୋଗାଇ ଦେବାକୁ ନିବେଦନ କରିଥିଲେ। କିନ୍ତୁ ସୁରକ୍ଷା କର୍ମୀମାନେ ସହଯୋଗ କରିନଥିଲେ। କେହି ରୋଗୀ ସହାୟକ ବି ନଥିଲେ। ନିରାଶ ହେବା ପରେ ଶେଷରେ ନିଜ ପତ୍ନୀଙ୍କୁ ପିଠିରେ ବୋହି ଡାକ୍ତରଖାନା ଆଉଟ୍ ଡୋରକୁ ନେଇଥିଲେ ବୃଦ୍ଧ ଭାଉସିଂହ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button