ରାଜ୍ୟ

ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ

ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ ଯୁ୍‌କ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୨୮ହଜାର ଛାତ୍ରଛାତ୍ରୀ ନାମଲେଖାଇଥିବା ସାମ୍ସ ପୋର୍ଟାଲର ତଥ୍ୟରୁ ଜଣାପଡ଼ିଛି। ତେବେ ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ମୋଟ୍ ୬୦,୫୧୬ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏଥିରେ ୩୦,୧୫୦ ଛାତ୍ରୀ ଥିବା ବେଳେ ୩୦,୩୬୬ ଛାତ୍ର ରହିଛନ୍ତି।

ମୋଟ ୬୦,୫୧୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳା ବିଭାଗରେ, ୪୬,୦୮୮, ବାଣିଜ୍ୟରେ ୩,୦୧୦, ବିଜ୍ଞାନରେ ୧୦,୬୪୨, ସଂସ୍କୃତରେ ୩୩୬, ଧନ୍ଦାମୂକଳରେ ୪୪୦ଜଣ ଚୟନ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୧୦ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ୧୨ରୁ ୧୪ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଚଏସ୍ ଲକିଂ କରିପାରିବେ ଛାତ୍ରଛାତ୍ରୀ। ୨୦ତାରିଖ ପୂର୍ବାହ୍ଣ ୧୧ଟାରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ।

ଏଥିରେ ମନୋନୀତ ଛାତ୍ରଛାତ୍ରୀ ୨୨ରୁ ୨୮ଭିତରେ ନାମଲେଖାଇବେ। ସୂଚନାଯୋଗ୍ୟ, ରାଜ୍ୟର ୨,୩୪୧ ଉଚ୍ଚ ମାଧ୍ୟମିକ ସ୍କୁଲରେ ମୋଟ ୫,୪୭,୯୯୩ ସିଟ୍ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ୩,୨୮,୩୫୪ ଛାତ୍ରଛାତ୍ରୀ ନାମଲେଖାଇଥିଲେ। ଆଉ ୨,୧୯,୬୩୯ଟି ସିଟ୍ ବଳକା ପଡ଼ିଥିଲା। ସେଥିରୁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ପ୍ରାୟ ୨୮ହଜାର ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧ ତାରିଖରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button