ରାଜ୍ୟ

୨୦ ହଜାରରେ ଶିଶୁ ପୁତ୍ରକୁ ବିକ୍ରି ଅଭିଯୋଗ

ସାଲେପୁର,୧୪।୧୦ : ସାଲେପୁର ଥାନା ଅନ୍ତର୍ଗତ କାନପୁର ଗ୍ରାମର ରୁବିନା ସାମଲ ନିଜର ଦୁଇବର୍ଷର ଶିଶିପୁତ୍ରକୁ ୨୦ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଡେରାବିସ ଥାନା ଅଞ୍ଚଳରେ ବିକ୍ରୀ କରିଦେଇ ଥିବା ନେଇ ରୁବିନାଙ୍କ ଶଶୁର ରାହାସ ସାମଲ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ରାହାସ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ବୋହୂ ରୁବିନା ଆଜକୁପ୍ରାୟ ଏକ ବର୍ଷ ହେବ ଦୁଇବର୍ଷର ନାତିକୁ ସାଙ୍ଗରେ ନେଇ ଅନ୍ୟତ୍ର ରହୁଛନ୍ତି। ଗତ କିଛି ଦିନ ହେବ ସେ ମୋ ନାତିକୁ କେନ୍ଦ୍ରାପଡା ଜିଲ୍ଲା ଡେରାବିସ ଥାନା ଅଞ୍ଚଳର ଜଣକୁ ୨୦ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ରାହାସ ଅଭିଯୋଗ କରିଛନ୍ତି। ମୋ ବୋହୂ ଅନ୍ୟତ୍ର ଦିତୀୟ ବିବାହ କରିଥିବାରୁ ଏପରି କରିଥିବା ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button