ରାଜ୍ୟ

ସୁବର୍ଣ୍ଣରେଖା କେନାଲରେ ବୁଡିଗଲେ ନାବାଳକ

ବାରିପଦା, ୧୪/୧୦ : ସୁବର୍ଣ୍ଣରେଖା କେନାଲରେ ବୁଡିଗଲେ ନାବାଳକ। ଭଞ୍ଜପୁର ଥାନା ଅନ୍ତର୍ଗତ ମହାରାଜପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଦକ୍ଷିଣ ମୁର୍ମୁଙ୍କ ୬ ବର୍ଷର ପୁଅ ଥାକ୍ରା ମୁର୍ମୁ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଭଞ୍ଜପୁର ଥାନା ଅନ୍ତର୍ଗତ ମହାରାଜପୁର ଅଞ୍ଚଳର ଥାକ୍ରା ମୁର୍ମୁ ସୁବର୍ଣ୍ଣରେଖା କେନାଲରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡିଯାଇଥିଲେ।

ପ୍ରାୟ ଏକ ଘଣ୍ଟା ଖୋଜାଖୋଜି ପରେ ସ୍ଥାନୀୟ ଲୋକେ ନାବାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇ ନାବାଳକଙ୍କ ମୃତଦେହ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button