ଖେଳ

ଫାଇନାଲ ପ୍ରବେଶ ଲକ୍ଷ୍ୟରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ଶ୍ରୀନଗର: ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ କ୍ୱାଲିଫାୟର କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ଟୋୟାମ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ବିଜୟ ସହ ଉଭୟ ଟିମ ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିବ । ବାକ୍ସୀ ଷ୍ଟାଡିୟମରେ ଅକ୍ଟୋବର ୧୩ରେ ଏହି ମ୍ୟାଚ ଖେଳାଯିବ । କୋଣାର୍କ ସୂର୍ଯ୍ୟାସ ପ୍ରଥମ କ୍ୱାଲିଫାୟରରେ ସଦର୍ଣ୍ଣ ସୁପରଷ୍ଟାର ନିକଟରୁ ୭ ୱିକେଟରେ ପରାସ୍ତ ହୋଇଥିବା ବେଳେ ହାଇଦ୍ରାବାଦ ଟିମ ଏଲିମିନେଟରରେ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି ।

ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ କୋଣାର୍କ ସୂର୍ଯ୍ୟାସ ଭଲ ପ୍ରଦର୍ଶନ କରିଥିବାରୁ ବିଜୟ ସହ ଫାଇନାଲରେ ପ୍ରବେଶ କରିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ପୂନର୍ବାର ଇରଫାନ ପଠାନ ଓ ୟୁସୁଫ ପଠାନଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରିବ ।

କୋଣାର୍କ ସୂର୍ଯ୍ୟାସ ଓଡିଶା: ଇରଫାନ ପଠାନ (ଅଧିନାୟକ), ୟୁସୁଫ ପଠାନ, ଶାହବାଜ୍ ନାଦୀମ୍, ବିନୟ କୁମାର୍, ଫିଡେଲ୍ ଏଡୱାର୍ଡସ୍, କେଭିନ୍ ଓ’ବ୍ରାଇନ୍, ପ୍ରବୀଣ ତମ୍ବେ, ବେନ୍ ଲଉଘ୍ଲିନ୍, ଅମ୍ବତି ରାୟୁଡୁ, ନବୀନ୍ ସ୍ଟୁୟାର୍ଟ, ରସ୍ ଟେଲର୍, ରିଚାର୍ଡ୍ ଲେଭି, ଦିଲ୍ଶାcନ୍ ମୁନାୱୀରା, କେପି ଅପାନ୍ନା, ଦିୱେଶ୍ ପାଥାନିଆ, ରାଜେଶ୍ ବିଶ୍ନୋଇ, ନଟରାଜ ବେହେରା ।

ଟୋୟାମ୍ ହାଇଦ୍ରାବାଦ:ସୁରେଶ୍ ରାଇନା (ଅଧିନାୟକ), ପୀଟର୍ ଟ୍ରେଗୋ, ଇସୁରୁ ଉଦନା, ସ୍ଟୁଆର୍ଟ୍ ବିନୀ, ଗୁରକୀରତ୍ ସିଂ ମନ୍ନ, ସୁଦୀପ୍ ତ୍ୟାଗୀ, ମୋଣ୍ଟି ପାନେସାର୍, ଶିଭକାନ୍ତ୍ ଶୁକ୍ଲା, ଶାଦାବ୍ ଜକାତି, ରିକାର୍ଡୋ ପାୱେଲ୍, ଅବିଦ୍ ନାବୀ, ଚାଡ୍ୱିକ୍ ୱାଲ୍ଟନ୍, ରିକ୍କେ କ୍ଲାର୍କ, ଜସ୍କରନ୍ ମାଲହୋତ୍ରା, ଜର୍ଜ୍ ଓର୍କର୍, ଯୋଗେଶ୍ ନଗର୍, ସାମିଉଲ୍ ଶିନୱାରୀ, ନୁୱାନ୍ ପ୍ରଦୀପ୍, ବିପୁଳ୍ ଶର୍ମା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button