ରାଜ୍ୟ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ହୋଇପାରେ ବାତ୍ୟା – Ibnodisha

[ad_1]

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ। ଦକ୍ଷିଣ ଆଣ୍ଡାମାନ୍ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପରେ ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୯ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଅବପାତରେ ପରିଣତ ହେବ।

ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି। ବାତ୍ୟା ନେଇ ଆଇଏମଡି ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନଥିବା ବେଳେ କିଛି ମଡେଲ ବାତ୍ୟା ହେବା ନେଇ ପାଗ ଅନୁକୂଳ ଥିବା ଆକଳନ କରିଛନ୍ତି। ଅବପାତ ପ୍ରଭାବରେ ଓଡ଼ିଶାର କେଉଁ ସ୍ଥାନରେ ବର୍ଷା ହେବ ସେନେଇ ମଧ୍ୟ ଆକଳନ କରାଯାଇ ନାହିଁ।

ଲଘୁଚାପ ସୃଷ୍ଟି ହେବାପରେ ତାର ଗତି କେଉଁଆଡେ ରହୁଛି ଏବଂ କେଉଁ ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ ସେ ନେଇ ସ୍ପଷ୍ଟ ସୂଚନା ମିଳିବ। ଅକ୍ଟୋବର ନଭେମ୍ବର ମାସ ଓଡିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବାରୁ ସିଷ୍ଟମ ଉପରେ ସ୍ବତନ୍ତ୍ର ନଜର ରଖିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଚଳିତ ମାସ ୧୭ ତାରିଖରେ ବଙ୍ଗୋପସାଗର ରେ ବାତ୍ୟା ମିଧିଲି ସୃଷ୍ଟି ହୋଇଥିଲା। ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନଥିଲା। କିନ୍ତୁ ସାମ୍ଭାବ୍ୟ ଅବପାତ କେତେ ପ୍ରଭାବ ପକାଉଛି ତା ଉପରେ ସମସ୍ତଙ୍କ ନଜର ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button