ରାଜ୍ୟ

ବଣଭୋଜି କାଳହେଲା; ସାଲୁଙ୍କୀ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ – Ibnodisha

[ad_1]

କନ୍ଧମାଳ : ବଣଭୋଜି କରିବାକୁ ଯାଇଥିବା ଜଣେ ଯୁବକ ନଦୀରେ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି । ମୃତକ ଫୁଲବାଣୀ ଗଣେଶ ବଜାରର ବ୍ୟବସାୟୀ ରାମାରାଓ ପାତ୍ରଙ୍କ ପୁଅ ଜଗଦୀଶ ପାତ୍ର (୨୬) । ଶୁକ୍ରବାର ଜଗଦୀଶ ତାହାର ଅନ୍ୟ ସାଙ୍ଗଙ୍କ ସହିତ ମିଶି ସହର ନିକଟସ୍ଥ ତୁଡିପାଜୁ ପଞ୍ଚାୟତ ବୁଢ଼ାଦାନୀ ଗ୍ରାମ ନିକଟ ସାଲୁଙ୍କୀ ନଦୀ କୂଳରେ ବଣଭୋଜି କରିବା ପାଇଁ ଯାଇଥିଲେ । ନଦୀରେ ଗାଧୋଇବା ସମୟରେ ଜଗଦିଶ୍ ଏବଂ ସାଙ୍ଗ ଅଜିତର ଗୋଡ଼ ଖସିଯିବାରୁ ଉଭୟ ପାଣି ଭିତରକୁ ଖସି ପଡ଼ିଥିଲେ । ଅଜିତ୍ କୌଣସି ପ୍ରକାର ବାହାରକୁ ବାହାରି ଆସିବରେ ସକ୍ଷମ ହୋଇଥିଲେ ମଧ୍ୟ ଜଗଦିଶ୍ ନଦୀ ଭିତରୁ ଆସିପାରିନଥିଲେ । ତେବେ ପାଣି ତଳେ ଥିବା ପଥରରେ ତାଙ୍କର ମୁଣ୍ଡ ମାଡ଼ ହୋଇଥିଲା । ସାଙ୍ଗମାନେ ଖବର ଦେବାରୁ ଅଗ୍ନିଶମ ବିଭାଗର ଅଧିକାରୀ ଅଜିତ୍ ଗୌଡ଼ଙ୍କ ନେତୃତ୍ୱରେ ଏକ ଟିମ୍ ସହିତ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁ, ଅନୁପ ବିକ୍ରମ ପାତ୍ର, ସେନ୍ତାଷ ବାରିକ, ଏସ୍‌କେ.ଅବଦୁଲ ସାକୀର ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ପାଣିରେ ଖୋଜାଖୋଜି କରି ଜଗଦିଶର ମୃତଦେହ ଉଦ୍ଧାର କରିଥିଲେ । ସଦର ଥାନା ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏ ନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button