ଦେଶ

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାରେ ଭକ୍ତଙ୍କୁ ମିଳିବ ଏହି ଲଡୁ – Ibnodisha

[ad_1]

ତିରୁପତି : ଆସନ୍ତା ୨୨ ତାରିଖରେ ପ୍ରାଣପ୍ରତିଷ୍ଠା ପାଇବେ ରାମଲାଲା। ଏହି ଉତ୍ସବରେ ଯୋଗ ଦେଉଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ‘ଶ୍ରୀବାରୀ ଲଡୁ’ ପରିବେଷଣ କରାଯିବ। ଆନ୍ଧ୍ର ପ୍ରଦେଶର ତିରୁମାଳାସ୍ଥିତ ବିଶ୍ୱ ପ୍ରସିଦ୍ଧ ଭେଙ୍କଟେଶ୍ୱର ମନ୍ଦିରର ପରିଚାଳନା କମିଟି ତିରୁମାଳା ତିରୁପତି ଦେବସ୍ଥାନମ ପକ୍ଷରୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାରେ ପ୍ରସାଦଭାବେ ବଣ୍ଟାଯିବା ପାଇଁ ୨୫ ଗ୍ରାମ ବିଶିଷ୍ଟ ୧ ଲକ୍ଷ ଲଡୁର ବ୍ୟବସ୍ଥା କରା ଯାଇଛି। ଏହି ଲଡ଼ୁର ନାମ ଶ୍ରୀବରି ଲଡୁ ଓ ଏହା ତିରୁମାଳା ତିରୁପତିସ୍ଥିତ ଭେଙ୍କଟେଶ୍ୱର ମନ୍ଦିରରେ ନୈବେଦ୍ୟ ରୂପେ ଅର୍ପଣ କରାଯାଏ। ତେବେ ଟିଡିଡି ର ପରିଚାଳନା କର୍ମକର୍ତ୍ତା ଏ ଭି ଧର୍ମ ରେଡ୍ଡୀ କହିଛନ୍ତି ଯେ, “ସନାତନ ଧର୍ମର ସମସ୍ତ ଅନୁଗାମୀମାନଙ୍କ ପାଇଁ ଏହି ସମର୍ପଣ ସମାରୋହ ଏକ ଐତିହାସିକ ମୁହୂର୍ତ୍ତ। ଯେହେତୁ ଟିଟିଡିର ମୂଳ ଉଦ୍ଦେଶ୍ୟ ହେଉଛି ହିନ୍ଦୁ ଧର୍ମ, ସଂସ୍କୃତି ଏବଂ ମୂଲ୍ୟବୋଧର ପ୍ରଚାର, ତେଣୁ ରାମ ଜନ୍ମଭୂମି ପୂଜାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିବାରୁ ଆମେ ଗର୍ବିତ ।‘ଦି ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍‌’ର ନିର୍ବାହୀ ଅଧିକାରୀ ଏ. ଭି. ଧର୍ମ ରେଡ୍ଡୀ ତିରୁମାଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସଦ୍ଦିଚ୍ଛାସ୍ବରୂପ ଆମେ ‌ଅଯୋଧ୍ୟା କାର୍ଯ୍ୟକ୍ରମରେ ଭକ୍ତ ଓ ‘ଭିଭିଆଇପି’ମାନଙ୍କ ମଧ୍ୟରେ ଏକ ଲକ୍ଷ ଲଡୁ ବଣ୍ଟନ କରିବୁ। ସନାତନ ଧର୍ମବାଲମ୍ବୀମାନଙ୍କ ପାଇଁ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ଖୁବ୍‌ ସ୍ମରଣୀୟ। ‘ଦି ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍‌’ର ମୁଖ୍ୟ ଲକ୍ଷ୍ୟ ହିନ୍ଦୁଧର୍ମ, ସଂସ୍କୃତି ଓ ମୂଲ୍ୟବୋଧର ପ୍ରଚାର ପ୍ରସାର ହୋଇଥିବାରୁ ରାମ ଜନ୍ମଭୂମି ପୂଜାରେ ଅଂଶ ଗ୍ରହଣ କରି ଆମେ ଧନ୍ୟ ହେବୁ। ସୂଚନାଯୋଗ୍ୟ, ଏହି ଐତିହାସିକ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟ୍‌ ‘ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର’ ୭୦୦୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରିତ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button