ସବୁଦିନ କଜିଆ କରୁଥିଲେ ଶାଶୂ-ବୋହୂ; ମା’କୁ ହତ୍ୟା କଲା ପୁଅ ! – Ibnodisha

[ad_1]
ଲକ୍ଷ୍ନୌ: ସ୍ତ୍ରୀ ଓ ମା’ ମଧ୍ୟରେ ଲାଗି ରହିଥିଲା ଝଗଡା । ଘରୋଇ କଳିରୁ ମା’କୁ ହତ୍ୟା କଲା ପୁଅ । ଏପରି ଏକ ସଙ୍ଗୀନ ଅଭିଯୋଗ ଉତ୍ତର ପ୍ରଦେଶ କାନପୁର ସହରରୁ ଆସିଛି । ମୃତକ ଜଣଙ୍କ ୫୫ ବର୍ଷୀୟା ମହିଳା । ପୋଲିସ ଅଭଯୁକ୍ତ ପୁଅ ଓ ତାର ପତ୍ନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୋଲିସ ସୂଚନା ଅନୁସାରେ, କାନପୁର ସହର ନାବାସ୍ତା ପୋଲିସ ଷ୍ଟେସନ ଅଧୀନରେ ରାଜୀବ ନଗର କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା ୫୫ ବର୍ଷୀୟା ମୁନୀ ଦେବୀ । ଏହି ମହିଳାଜଣଙ୍କ ନିଜ ପୁଅ ଓ ବୋହୂଙ୍କ ସହ ଏକ ଭଡା ଘରେ ରହୁଥିଲେ ।
ନିକଟରେ ତାଙ୍କର ଆଉ ଜଣେ ପୁଅ ମଧ୍ୟ ସପରିବାର ଭଡା ଘରେ ରହୁଥିଲେ । ନିଜ ବୋହୂ ରୋଶନୀଙ୍କ ସହ ମୁନୀ ଦେବୀଙ୍କର ବିବାଦ ଲାଗି ରହିଥିଲା । ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ଫଳରେ ପୁଅ ଅଜୟ ଅତିଷ୍ଠ ହୋଇଯାଇଥିଲା । ବଡ ପୁଅ ବିଜୟଙ୍କ କହିବା ଅନୁସାରେ, ଗତକାଲି ରାତିରେ ସମସ୍ତେ ତାଙ୍କ ମା’ଙ୍କ ଘରକୁ ଧାଇଁବାକୁ ଲାଗିଥିବା ସେ ଦେଖିବାକୁ ପାଇଥିଲେ । ସେ ମଧ୍ୟ ସେଠାରେ ପହଞ୍ଚିଥିଲେ । ତାଙ୍କ ମା’ ତଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ତାଙ୍କର ମୃତ୍ୟୁ ହୋଇସାରିଥିଲା । ସାନ ଭାଇ ଅଜୟ ଓ ତାର ପତ୍ନୀ ମା’ଙ୍କୁ ହତ୍ୟା କରିଥିବା ନେଇ ବିଜୟ ପୋଲିସକୁ ସୂଚନା ଦେବା ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ସାନ ପୁଅ ଓ ତାର ପତ୍ନୀକୁ ପୋଲିସ ଥାନାକୁ ନେଇ ଜେରା କରିଥିଲା ।
ତେବେ ଥାନାରେ ଦମ୍ପତି ନିଜ ଅପରାଧ ସ୍ୱୀକାର କରିଥିଲେ । ଅଭିଯୁକ୍ତ ପୁଅ ଅଜୟ ସ୍ୱୀକାର କରିଛି ଯେ, ମା’ ଓ ପତ୍ନୀ ରୋଶନୀଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ଯାହା ଫଳରେ ସେ ଅତିଷ୍ଠ ହୋଇପଡିଥିଲା । ସେ ରବିବାର ସଂଧ୍ୟାରେ ଘରକୁ ଫେରିବା ପତ୍ନୀ ଓ ମା’ ମଧ୍ୟରେ ଝଗଡା ଲାଗିଥିବା ଦେଖି ଉତ୍ତେଜିତ ହୋଇପଡିଥିଲା । ନିକଟରେ ପଡିଥିବା ଏକ ଲୁହାରଡରେ ସେ ମା’ ମୁନୀ ଦେବୀଙ୍କ ମୁଣ୍ଡକୁ ଆଘାତ କରିଥିଲା । ଘଟଣାସ୍ଥଳରେ ମୁନୀଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଘଟଣା ସମ୍ପର୍କରେ ଦକ୍ଷିଣ ଏଡିସିପି ଅଙ୍କିତା ଶର୍ମା କହିଛନ୍ତି, ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିବା ପରେ ପରିବାରର ଅନ୍ୟ ସଦସ୍ୟଙ୍କ ଅଭିଯୋଗ କ୍ରମେ ମହିଳାଙ୍କ ପୁଅ ଅଜୟ ଓ ତାର ପତ୍ନୀଙ୍କୁ ଗିରଫ କରାଯାଇଛି । ହତ୍ୟା ଅଭିଯୋଗରେ ଏକାଧିକ ଆକ୍ଟ ଅନୁସାରେ ଉଭୟଙ୍କୁ କୋର୍ଟ ଫରୱାର୍ଡ କରାଯାଉଛି ।
[ad_2]




