ଦେଶ

ଏନ୍‌ଆଇଟି କ୍ୟାମ୍ପସରେ ଛାତ୍ରଙ୍କ ଆତ୍ମହତ୍ୟା: ଛାତ୍ର-ପୁଲିସ ସଂଘର୍ଷରେ ୪୦ ଆହତ – Ibnodisha

[ad_1]

ସିଲଚର: ଆସାମର ସିଲଚର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି)ରେ ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ପରେ ଚାଲିଥିବା ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ପୁଲିସ ସହ ସଂଘର୍ଷରେ ୪୦ ଜଣ ଛାତ୍ର ଆହତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠାନର ହଷ୍ଟେଲ-୭ର କୋଠରିରୁ କୋଜ ବୁକର ନାମକ ଜଣେ ତୃତୀୟ ବର୍ଷର ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ହସ୍ତକ୍ଷେପ ନ କରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପ୍ରାୟ ୨ ଘଣ୍ଟା ଧରି କର୍ତ୍ତୃପକ୍ଷଙ୍କୁ ମୃତଦେହ ନେବାକୁ ଦେଇ ନ ଥିଲେ। ଛାତ୍ରମାନେ କିଛି ବରିଷ୍ଠ ପ୍ରଫେସରଙ୍କ ବାସଭବନ ଭଙ୍ଗାରୁଜା କରିବା ସହିତ ପୁଲିସ ସହ ଧସ୍ତାଧସ୍ତି କରିବାରୁ ପୁଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା। ଏଥିରେ ପ୍ରାୟ ୪୦ ଜଣ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି।

କାଚାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ନୁମାଲ ମହାତା କହିଛନ୍ତି ଯେ, ଅନୁଷ୍ଠାନର ଡିନ୍ ବିକେ ରାୟଙ୍କ ବାସଭବନ ସମ୍ମୁଖରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏକାଠି ହୋଇ ତାଙ୍କ ପୂରା ଘର ଭଙ୍ଗାରୁଜା କରିଥିଲେ। ସେମାନେ ପୁଲିସ ଓ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ସରକାରୀ ସମ୍ପତ୍ତି ଭଙ୍ଗାରୁଜା, ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମହାତା କହିଛନ୍ତି।

ଅରୁଣାଚଳ ପ୍ରଦେଶର ବାସିନ୍ଦା ବୁକର ପରୀକ୍ଷାରେ ଫେଲ୍ ହେବା ଏବଂ ବ୍ୟାକ୍ ପେପରରେ ପାସ୍ କରି ନ ପାରିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କିଛି ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ୨୦୨୧ରେ ସେମାନଙ୍କର ପ୍ରଥମ ସେମିଷ୍ଟର ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହୋଇଥିଲା। ଲକ୍‌ଡାଉନ୍ କାରଣରୁ ସେ (ବୁକର) ଘରେ ଥିଲେ। ଇଣ୍ଟରନେଟ୍ ସୁବିଧା ଅଭାବରୁ ସେ କ୍ଲାସରେ ଯୋଗ ଦେଇ ପାରିନଥିଲେ ଏବଂ କର୍ତ୍ତୃପକ୍ଷ ତାଙ୍କ ଉପରେ ୬ଟି ପେପର ବ୍ୟାକ୍ ଲଗାଇଥିଲେ। ପଞ୍ଚମ ସେମିଷ୍ଟରରେ ବୁକରଙ୍କୁ କ୍ଲାସକୁ ଯିବାକୁ ଦିଆଯାଇନଥିଲା ଏବଂ କିଛିଦିନ ତଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଡିନ୍ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button