ପିଶାଚ ପାଲଟିଲା ବାପା; ଝିଅକୁ କଲା ଦୁଷ୍କର୍ମ! – Ibnodisha
[ad_1]
ମାଲକାନଗିରି: ପିଶାଚ ପାଲଟିଲା ବାପା । ନିଜ ଝିଅକୁ ଦୁଷ୍କର୍ମ କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବାଲିମେଳା ସହରର ଡ୍ରଗଲାଇନ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଗତ ୫ ତାରିଖ ମଧ୍ୟରାତ୍ରରେ ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ଜଣକ ପ୍ରାୟ ୨ ବର୍ଷ ହେବ ବାଲିମେଳା ସହରରେ ବସବାସ କରୁଥିବାବେଳେ ଜଳ ବିଦ୍ୟୁତ କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରି ଆସୁଛି । ପୂର୍ବରୁ ସେମାନଙ୍କ ପରିବାରରେ ୭ ଜଣ ସଦସ୍ୟ ରହିଥିଲେ । ଅଭିଯୁକ୍ତ ବାପା ନିଜର ବଡ଼ ଝିଅକୁ ଅନ୍ୟତ୍ର ବିବାହ ଦେଇଥିବାବେଳେ ଅନ୍ୟ ୨ ଝିଅ ଛାତ୍ରାବାସରେ ରହି ବର୍ତ୍ତମାନ ପାଠ ପଢୁଛନ୍ତି । ତେବେ ଗତ ୮ ମାସ ତଳେ ଅଭିଯୁକ୍ତର ସ୍ତ୍ରୀ ସହ ପାଟିତୁଣ୍ଡ ହେବାରୁ ନିଜ ଛୋଟ ପୁଅକୁ ନେଇ ବାପଘରକୁ ଚାଲି ଯାଇଥିଲେ ସ୍ତ୍ରୀ । ତେଣୁ ଘରେ କେବଳ ୧୩ ବର୍ଷୀୟ ଝିଅ ରହିଥିଲା ।
ଯିଏକି ଘରର ସବୁ କାର୍ଯ୍ୟ କରିବା ସହ ବାପାଙ୍କ ସହ ରହି ପାଠ ପଢୁଥିଲା । ତେବେ ୫ ତାରିଖରେ ଏଭଳି ଅମାନୁଷିକ ଘଟଣା ପରେ ନାବାଳିକା ଜଣକ ଡ୍ରଗଲାଇନ ଅଞ୍ଚଳର ଦୁର୍ଗା ବେହେରା ନାମକ ଜଣେ ମହିଳାଙ୍କୁ ଏ ବାବଦରେ ଜଣାଇଥିଲା । ଏଥିସହିତ ପୀଡିତା ଜଣକ ଏ ସମ୍ପର୍କରେ କାହାରିକୁ କିଛି ନ କହିବାକୁ ଦୁର୍ଗାଙ୍କୁ ଅନୁରୋଧ କରିଥିଲେ । ଗତ ୮ ତାରିଖ ଦିନ ଅଭିଯୁକ୍ତ ବାପା ଘଟଣା ସମ୍ପର୍କରେ କାହାରିକୁ ନ ଜଣାଇବାକୁ ନିଜ ଝିଅକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଶେଷରେ ପୀଡିତା ଜଣକ ବାଧ୍ୟ ହୋଇ ପଡ଼ୋଶୀଙ୍କ ସହାୟତା କ୍ରମେ ୯ ତାରିଖ ସନ୍ଧ୍ୟା ସମୟରେ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ଅଭିଯୋଗ ଆଧାରରେ ପୀଡିତାଙ୍କର ଡାକ୍ତରୀ ମାଇନା ସହ ଅଭିଯୁକ୍ତ ବାପାକୁ ଅଟକ ରଖିଛି ପୋଲିସ । ଆଜି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
[ad_2]