ରାଜ୍ୟ

ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରାକ ଆଲୋଚନା ଅନୁଷ୍ଠିତ – Ibnodisha

[ad_1]

ଭୁବନେଶ୍ୱର– ଖୋର୍ଦ୍ଧା ଠାରେ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଗଠନ ପୂର୍ବରୁ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଂଶୀଦାର ମାନଙ୍କ ସହ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଅଧ୍ୟକ୍ଷତା କରିଥିଲେ । ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟ, ଓଡିଶା ରାଜ୍ୟ ସଂଗ୍ରାହଳୟ ଅଧୀକ୍ଷକ ଶ୍ରୀମତୀ ଭାଗ୍ୟଲିପି ମଲ୍ଲ ଓ ପାଇକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଏକାଡେମୀ ଓ ଗବେଷଣା କେନ୍ଦ୍ରକୁ ଅତ୍ୟନ୍ତ ପ୍ରାସଙ୍ଗିକ ଓ ଚିରସ୍ଥାୟୀ କରିବା ନିମନ୍ତେ ବିଭିନ୍ନ ଜିଲାରେ ଗଢି ଉଠିଥିବା ପାଇକ ସଂଗଠନ ଗୁଡିକର ଗଠନ ମୂଳକ ମତାମତ ଗ୍ରହଣ କରଯାଇଛି ।

ଏଥିରେ ପାଇକ ସଂଗଠନର ସଭାପତି, ସମ୍ପାଦକ ଓ ପାଇକ ଗୁରୁ ମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି । ସେମାନଙ୍କ ମତାମତକୁ ଭିତ୍ତିକରି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ । ୫-ଟି ଉପକ୍ରମ ମାଧ୍ୟମରେ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ନିମନ୍ତେ ଜନସାଧାରଣ ମାନଙ୍କ ଠାରୁ ମତାମତ ଲୋଡି ଏହାକୁ ସଫଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button