ଦେଶ

ଗଣତନ୍ତ୍ରର ଚର୍ଚ୍ଚା ହେଲେ ମନମୋହନ ସିଂ ନିଶ୍ଚିତ ମନେପଡିବେ: ମୋଦି – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଗୁରୁବାର ରାଜ୍ୟସଭାରେ ବିଦାୟୀ ସାଂସଦଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ସଂସଦର ଉଭୟ ଗୃହ ଓ ଦେଶ ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅବଦାନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଏହା ସହ କହିଛନ୍ତି ଯେ ଯେତେବେଳେ ଗଣତନ୍ତ୍ର ବିଷୟରେ ଆଲୋଚନା ହେବ ସେତେବେଳେ ସେ ନିଶ୍ଚିତ ମନେପଡିବେ । ସେ ୬ଥର ଗୃହର ସଦସ୍ୟ ରହିଥିଲେ, ଗୃହର ଜଣେ ସଦସ୍ୟ ଭାବେ ତାଙ୍କର ବଡ ଯୋଗଦାନ ରହିଥିଲା । ଅନେକ ଥର ସେ ଗୃହକୁ ମାର୍ଗଦର୍ଶନ କରିଛନ୍ତି । ଏପରିକି ସେ ହ୍ୱିଲଚେୟାରରେ ଆସି ଭୋଟ୍‍ ଦେଇଛନ୍ତି । ଯାହାକି ଲୋକତନ୍ତ୍ରକୁ ଶକ୍ତି ଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button