ଦେଶ

ଦିଲ୍ଲୀରେ ପିଲାଚୋର ଗ୍ୟାଙ୍ଗ୍ ସକ୍ରିୟ; ୮ ନବଜାତ ଶିଶୁଙ୍କୁ ଉଦ୍ଧାର କଲା ସିବିଆଇ – Ibnodisha

[ad_1]

ନୂଆଦିଲ୍ଲୀ: ନବଜାତକ ତଥା ଶିଶୁ ଚୋରି ମାମଲାରେ ଦିଲ୍ଲୀର କେଶବପୁରମ୍ ଅଞ୍ଚଳରେ ଥିବା ଏକ ଘର ଉପରେ ସିବିଆଇ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ସମୟରେ ଆଶ୍ଚର୍ଯ୍ୟଜନକ ଭାବେ ସିବିଆଇ ଅଧିକାରୀମାନେ ୮ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛନ୍ତି । ଏସବୁ ଶିଶୁଙ୍କ ବୟସ ୧ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି ।

ସବୁଠୁ ପରିତାପର ବିଷୟ ହେଉଛି ଏହି ୮ ନବଜାତକଙ୍କ ମଧ୍ୟରେ ଏକ ଶିଶୁ ମାତ୍ର ୧୫ ଦିନର ହୋଇଥିବା ବେଳେ ଅନ୍ୟଜଣେ ମାତ୍ର ୩୬ଘଣ୍ଟା ତଳେ ଜନ୍ମ ଗ୍ରହଣ କରିଥିଲା । ତେବେ ଏସବୁ ଶିଶୁଙ୍କୁ ୫/୬ ଲକ୍ଷ ମୂଲ୍ୟରେ ଅନ୍ୟତ୍ର ବିକ୍ରି କରିଦେବା ପାଇଁ ଯୋଜନା କରାଯାଇଥିଲା । ସିବିଆଇ ଅଧିକାରୀମାନେ ଏହି ପିଲାମାନଙ୍କୁ ଉଦ୍ଧାର କରିବା ସହ ନିଜ କଷ୍ଟଡିକୁ ନେବା ସହ ସେମାନଙ୍କ ଯତ୍ନ ନେବା ପାଇଁ ବ୍ୟବସ୍ଥା ଗ୍ରହଣ କରିଛି । ସିବିଆଇ ଏବେ ପିଲାଚୋରି ଅଭିଯୋଗ ଆଧାରିତ ପଞ୍ଜିକୃତ ହୋଇଥିବା ମାମଲାକୁ ଅନୁଧ୍ୟାନ କରୁଛି ଏବଂ ନବଜାତକଙ୍କୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରିବା ପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ମିଳିଛି ।

ଅନ୍ୟପକ୍ଷେ ସିବିଆଇ ଅଧିକାରୀ ଘଟଣାସ୍ଥଳରୁ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି । ସେହିପରି ରିପୋର୍ଟ ଲେଖାହେବା ବେଳକୁ ସିବିଆଇ ଅଧିକାରୀ ରାଜ୍ୟର ଅଧିକାଂଶ ପ୍ରାନ୍ତରେ ଚଢ଼ଉ କରିବା ସହ ଅନ୍ୟ ୭ଜଣଙ୍କୁ ମଧ୍ୟ ସନ୍ଦେହରେ ଗିରଫ କରିଥିବା ଜଣାପଡିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କିଛି ଡାକ୍ତରଖାନାର ୱାର୍ଡ ବୟ ଏବଂ କିଛି ମହିଳା କେୟାର ଟେକର ଥିବା ଜଣାପଡିଛି । ରାଜ୍ୟ ପୁଲିସ୍ ମଧ୍ୟ ଏହି ଘଟଣାରେ ତତ୍ପର ହୋଇପଡ଼ିବା ସହ ସିବିଆଇ ସହ ମିଶି ଘଟଣାର ତଦନ୍ତରେ ସହଯୋଗ କରୁଛି । ତେବେ ଏପ୍ରକାର ଘଟଣାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ତଥା ଆଲୋଡନ ସୃ୍‌ଷ୍ଟି ହୋଇଛି ।

ଦିଲ୍ଲୀ ପୁଲିସ୍ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବୟାନ ଅନୁସାରେ ସେମାନଙ୍କ ପାଇଁ କାମ କରୁଥିବା ଲୋକ କେଉଁ କେଉଁ ଅଞ୍ଚଳରେ ସକ୍ରିୟ ଅଛନ୍ତି, ସେମାନେ କିପରି ଏବଂ କେଉଁ ରାଜ୍ୟ ପର୍ଯ୍ୟନ୍ତ ନିଜ ନେଟୱାର୍କକୁ ସମ୍ପ୍ରସାରିତ କରିଛନ୍ତି ସେନେଇ ଜେରା କରାଯାଉଛି । ସୋସିଆଲ ମିଡିଆ ଯୋଗେ ନିସନ୍ତାନ ଦମ୍ପତ୍ତିଙ୍କ ସହ ଯୋଗାଯୋଗ କରି ପ୍ରତି ନବଜାତକ ପିଛା ୫/୬ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରିବାର ଏମାନେ ଯୋଜନା କରିଥିବା ସ୍ୱୀକାର କରିସାରିଛନ୍ତି । ଏମାନେ ମୁଖ୍ୟତଃ ହସ୍ପିଟାଲରେ ଜନ୍ମଗ୍ରହଣ କରୁଥିବା ନବଜାତକଙ୍କୁ ସେହିଠାରୁ ହିଁ ଚୋରି କରିନେଉଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏମାନେ ପ୍ରାୟ ୧୦ରୁ ୧୨ଟି ଶିଶୁଙ୍କୁ ଗତ କିଛି ମାସ ମଧ୍ୟରେ ବିକ୍ରି କରିସାରିଥିବା ମଧ୍ୟ ସ୍ୱୀକାର କରିଛନ୍ତି । ପୁଲିସ୍ ଏବେ ଏମାନଙ୍କ ଠାରୁ ସେସବୁ ବ୍ୟକ୍ତିବିଶେଷଙ୍କ ଠିକଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା ଚଳାଇଛି ।

ରିପୋର୍ଟ ଅନୁସାରେ ସିବିଆଇ ଏକ ଅଭିଯୋଗକ୍ରମେ ଏହି ଘର ଉପରେ ଅତର୍କିତ ଚଢ଼ଉ କରିଥିଲା । ଅଭିଯୋଗ ଥିଲା ପିଲା ଚୋରିର । ଏକ ଦମ୍ପତି ନିଜ ନବଜାତ ଶିଶୁ ଚୋରି ହୋଇଯାଇଥିବା ଅଭିଯୋଗ କେଶବପୁରମ୍ ପୁଲିସ୍ ଷ୍ଟେସନ୍‌ରେ କରିଥିଲେ । ତେବେ ବେଶ୍ କିଛି ଦିନ ଧରି କେଶବପୁରମ୍ ଅଞ୍ଚଳରେ ଏପ୍ରକାର ପିଲାଚୋରିଜନିତ ମାମଲା ଘଟୁଥିବା ବେଳେ ସ୍ଥାନୀୟ ପୁଲିସ ଟିମ୍ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲା । ତେବେ ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ସିବିଆଇର ସାହାଯ୍ୟ ଲୋଡ଼ିଥିଲେ । ସିବିଆଇ ଆଜି ଏଥିରେ ସଫଳ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button