ରାଜ୍ୟ

ନବମ ଶ୍ରେଣୀ ଛାତ୍ରୀ ମୃତ – Ibnodisha

[ad_1]

ଜଗନ୍ନାଥପ୍ରସାଦ: ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଆଜି ଦୁଃଖଦ ଘଟଣା ଘଟିଛି । ଆଦର୍ଶ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ବିଡିପୁର ଗ୍ରାମର ମଦନ ରଥଙ୍କ ଏକମାତ୍ର ଝିଅ ବିଦ୍ୟୁଷା ରଥ । ସୂଚନା ମୁତାବକ ମୃତ ଛାତ୍ରୀ ଜଣକ ସ୍କୁଲରେ ପଢ଼ୁଥିବା ସମୟରେ ହଠାତ୍ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ଅସୁସ୍ଥ ହୋଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଖବର ଦେବା ସହ ସ୍ଥାନୀୟ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କିନ୍ତୁ ଗାଡି ଆସିବାରେ ବିଳମ୍ବ ହେବାରୁ ସେ ଅନ୍ୟତ୍ର ଏକ ଗାଡି କରି ଜଗନ୍ନାଥପ୍ରସାଦ ମେଡିକାଲରେ ଭର୍ତି କରାଯାଇଥିଲା ।

ସେଠାରେ ଚିକିତ୍ସା ପରେ କିଛି ସମୟ ଆରାମ ଅନୁଭବ କରିବା ପରେ ଛାତ୍ରୀଙ୍କୁ ନିଜ ଗ୍ରାମ ବିଡିପୁର ଫେରିଯାଇଥିଲେ । କିନ୍ତୁ ଘରେ ପହଞ୍ôଚବାର କିଛି ସମୟ ପରେ ବିଦ୍ୟୁଷାଙ୍କ ପୁଣି ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଉନ୍ନତ ଚିକିତ୍ସା ପାଇଁ ଭଞ୍ଜନଗର ଉପଖଣ୍ଡ ମେଡିକାଲ ନେବା ସମୟରେ ବାଟରେ ବିଦ୍ୟୁଷା ଅଚେତ ହୋଇ ପଡ଼ିଥିଲେ । ମେଡିକାଲ ପହଞ୍ଚିବା ପରେ ଡାକ୍ତର ଛାତ୍ରୀକୁ ମୃତ ଘୋଷଣା କରିଥିଲେ । ଏହି ଦୁଃଖଦ ଖବର ଜଣାପଡିବା ପରେ ଗ୍ରାମ ଓ ସ୍କୁଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସ୍କୁଲରେ ସେ ଜଣେ ଉତ୍ତମ ଓ ମେଳାପୀ ଛାତ୍ରୀ ଥିବା ବୋଲି ସହପାଠୀମାନେ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button