କମ୍ ସମୟରେ ଓଜନ କମାଇବାକୁ ଚାହୁଁଥିଲେ ଆପଣାନ୍ତୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଉପାୟ, ସପ୍ତାହକରେ ଦେଖନ୍ତୁ ମ୍ୟାଜିକ୍

ଯଦି ଆପଣ ନୂଆବର୍ଷରେ ଓଜନ କମ୍ କରିବାକୁ ସଂକଳ୍ପ ନେବାକୁ ଚାହୁଁଛନ୍ତି ତେବେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଆପଣାନ୍ତୁ। ଏକ ସର୍ଭେ ମୁତାବକ ବର୍ତ୍ତମାନ ଲୋକଙ୍କୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଖୁବ୍ ପସନ୍ଦ ଆସୁଛି। ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍ ରିସର୍ଚ୍ଚ ମୁତାବକ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଆପଣାଇବାର କେତେକ ଫାଇଦା ରହିଛି। ଆସନ୍ତୁ ଜାଣିବା ଇଣ୍ଟରମିଟେଣ୍ଟ ଫାଷ୍ଟିଂ ବିଷୟରେ…

ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଦୁଇ ପ୍ରକାରର। ପ୍ରଥମ ଉପବାସରେ ଆପଣ କେବଳ ୬-୮ ଘଣ୍ଟା କିଛି ଖାଇପାରିବେ। ଅର୍ଥାତ୍ ଦିନର ବାକି ୧୬ରୁ ୧୮ ଘଣ୍ଟା କିଛି ଖାଇବେ ନାହିଁ।

ଦ୍ୱିତୀୟଟିରେ ଆପଣ କେବଳ ବ୍ରେକ୍ଫାଷ୍ଟ, ଲଞ୍ଚ୍ ଓ ଡିନର ଖାଇପାରିବେ। କିନ୍ତୁ ସପ୍ତାହରେ ମାତ୍ର ୫ ଦିନ। ଅନ୍ୟ ୨ ଦିନ କିଛି ଖାଇବେ ନାହିଁ। ଏଭଳି ଭାବେ ଆପଣ ଗୋଟିଏ ଦିନରେ ୫୦୦ କ୍ୟାଲୋରୀ କମାଇପାରିବେ। ରିସର୍ଚ୍ଚର ମୁଖ୍ୟ ପ୍ରଫେସର ମାର୍କ ମେଟସନ୍ଙ୍କ ମୁତାବକ ସେ ଗତ ୩୦ ବର୍ଷ ହେଲା ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରିଆସୁଛନ୍ତି।

ମାର୍କ ମେଟସନ୍ଙ୍କ କହିବାନୁସାରେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଦ୍ୱାରା କେବଳ ଓଜନ କମ୍ ହୁଏନି, ଏହାର ଆଉ କେତେକ ଫାଇଦା ମଧ୍ୟ ରହିଛି। ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଦ୍ୱାରା ଉଚ୍ଚ ରକ୍ତଚାପ ଓ କୋଲୋଷ୍ଟ୍ରୋଲ କମ୍ ହେବା ସହ ସ୍ମୃତି ଶକ୍ତି ବୃଦ୍ଧି ପାଇଥାଏ। ମାନସିକ ଚାପକୁ ଦୂର କରିବାରେ ମଧ୍ୟ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ସାହାଯ୍ୟ କରେ। ଏହା ଶରୀରର ଇମ୍ୟୁନିଟି ସିଷ୍ଟମ୍କୁ ମଧ୍ୟ ଶକ୍ତ କରିଥାଏ। କିନ୍ତୁ ସେ ଏହି ଇଣ୍ଟରମିଟେଣ୍ଟ ଫାଷ୍ଟିଂକୁ ପିଲା, ବୟସ୍କ ତଥା ଗର୍ଭବତୀଙ୍କୁ କରିବାକୁ ବାରଣ କରିଛନ୍ତି।




