ଦେଶ

ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍‌କୁ ୫୧ ଲକ୍ଷ ଟଙ୍କା ଦାନକଲେ ସୁଖୁ – Ibnodisha

[ad_1]

ସିମ୍‌ଳ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦୁର ସୁଖୁ ରାଜ୍ୟରେ ଦେଖାଦେଇଥିବା ବିପର୍ଯ୍ୟୟରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସୁଖୁ ନିଜ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ୍‌ରୁ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ରିଲିଫ୍ ଫଣ୍ଡ୍ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ନିଜ ଧର୍ମପତ୍ନୀ କମଳେଶ ଠାକୁରଙ୍କ ସହିତ ମୁଖ୍ୟ ସଚିବ ପ୍ରବୋଧ ସାକ୍ସେନାଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି, ଯଦି ଛୋଟ ଛୋଟ ପିଲାମାନେ ନିଜ ଜମା ରାଶି ରିଲିଫ୍ ଫଣ୍ଡ୍‌କୁ ଦେଇପାରୁଛନ୍ତି ତେବେ ସେ ନିଜ ଜମା ରାଶି କାହିଁକି ଦେଇପାରିବେନି । ବର୍ତ୍ତମାନ ସମୟରେ ରାଜ୍ୟକୁ ସମସ୍ତଙ୍କ ସହାୟତାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ସେ ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ଜମା ଅର୍ଥ ରିଲିଫ୍ ଫଣ୍ଡ୍‌କୁ ଦାନ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ଏହା ପୂର୍ବରୁ ବିଧାୟକ ଥିବାବେଳେ ମଧ୍ୟ ସୁଖୁ ଏ ପ୍ରକାର ସହାୟତା ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ସେ ଏକ ବର୍ଷର ଦରମା ୧୧ ଲକ୍ଷ ଟଙ୍କା ରିଲିଫ୍ ଫଣ୍ଡ୍‌କୁ ପ୍ରଦାନ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button